STORYMIRROR

Santosh Pattnayak

Romance Others

3  

Santosh Pattnayak

Romance Others

ପ୍ରେମ ପିରତୀ

ପ୍ରେମ ପିରତୀ

1 min
49

ବିଷମ ଗ୍ରୀଷମ ଶରତ ଫଗୁଣ ହେମନ୍ତ ଅବା ଶ୍ରାବଣ

ପ୍ରତିଟି ଋତୁରେ ଭରି ରହିଅଛି ପ୍ରେମ ପିରତୀ ପାର୍ବଣ

ପ୍ରିତୀ ଦେଖେନାହିଁ ଜଡ ସଚେତନ ଅବା ସ୍ଥାବର ଜଙ୍ଗମ

ଅମ୍ବର-ଭୁଧର ତଟିନୀ-ସାଗର ପ୍ରିତୀର ଶୁଭ ସଙ୍ଗମ ।।


ପ୍ରେମନୁହେଁ ଖାଲି ଶରୀର ବିକାର କେବେ କାହା ଭିଜା ସ୍ମୃତି 

ପ୍ରକୃତି ପ୍ରଚୁର୍ଯ୍ୟ ପ୍ରେମ ଅବଦାନ ପ୍ରେମରେ ତିଷ୍ଠିଛି ସୃଷ୍ଟି 

ହୃଦୟର ଛୁଆଁ ଯୁଗ ଯୁଗ ପାଇଁ ଦେହର ଛୁଆଁ କ୍ଷଣିକ

ଶ୍ରଦ୍ଧା ସମ୍ମାନରେ ପ୍ରେମ କରିଚାଲ ସମର୍ପିତ ହେଉ ଲକ୍ଷ୍ୟ ।।


ମୀରା ସମତୁଲ ଚିତ୍ତ କରି ଶୁଦ୍ଧ ପ୍ରେମ କଲେ କରିଯାଅ 

ପ୍ରହଲ୍ଲାଦ ସମ ସମର୍ପଣ ପ୍ରେମେ ଭାବ ଟିକେ ରଖୁଥାଅ 

ପ୍ରତିଜ୍ଞା ପାଳନେ ରାମଙ୍କର ତ୍ୟାଗ ପ୍ରେମର ଗୋଟିଏ ଦିଗ 

ସୁଦାମାର ଭାବ ରାଧାଙ୍କର ମନ ପ୍ରେମର ସ୍ବତଃ ସୁହାଗ ।।


ସମର୍ପିତ ଲକ୍ଷ୍ୟେ ଭାବକୁ ବାନ୍ଧିବା ଅଟଇ ପ୍ରେମର ଧର୍ମ 

ବିଶ୍ୱାସ ବଶତା ନିଃସ୍ବାର୍ଥ ଓ ନିଷ୍ଠା ଅଟଇ ଶ୍ବାଶତ ପ୍ରେମ ।।


Rate this content
Log in

Similar oriya poem from Romance