STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ପ୍ରେମ ଫୁଲ

ପ୍ରେମ ଫୁଲ

1 min
130

ପ୍ରେମ ଫୁଲ ଅମୂଲ ମୂଲ 

ନାହିଁ ତାର ତୁଳନା 

ଐଶ୍ବର୍ଗିକ ଫୁଲ ସେତ 

କରୁଥିବା ବନ୍ଦନା 

ପ୍ରେମ ଫୁଲ ମଉଳିବ 

ଥିବ ଯଦି ଛଳନା 

ପ୍ରେମ ଆଖି ନେଇ ଦେଖ 

ସବୁଥିରେ ସବୁଜିମା 

ପ୍ରେମ ବିନା ଏ ସଂସାରେ 

ଜୀବନ ତ ଖେଳନା 

ପ୍ରେମ ନଥିଲେ ବଢେ 

ରୋଗ କଷ୍ଟ ଯାତନା 

ପ୍ରେମ ଥିଲେ ଭାଇଚାରା ସମ୍ପର୍କ 

ନଥାଏ ତୁଳନା 

ସବୁଟି ସଜୀଵ ନିର୍ଜୀଵ ସାଥେ 

ପ୍ରେମ ଏକ ଆଳାପନା 

ପ୍ରେମ ସତ୍ୟ ଶିବ ସୁନ୍ଦର 

ଅଲୌକିକ ଭାବନା 

ପ୍ରେମ ନୁହେଁ ପାଠ କିନ୍ତୁ ଶାଠ 

ଭୁଲ ଠିକ ବୁଝି ଅବୁଝା ହୁଅନା 

ପରିବାର ପ୍ରେମରେ ଚାଲେ 

ଗହନ କଥା ବୁଝିଯାଅନା 

ସମ୍ପର୍କ ପ୍ରେମରେ ଚାଲେ 

କିଏ କହେ ପ୍ରେମ ବିଶ୍ୱାସ ଭରସା 

ପ୍ରେମ ସମବେଦନା 

ପ୍ରେମ ନଥିଲେ ଜୀବନରେ 

ନଥାଏ ବଂଚିବା ଉନ୍ମାଦନା 

ପ୍ରେମ ପରି ସ୍ବର୍ଗୀୟ ଫୁଲ 

କରିନେବା ଗହଣା 

ପ୍ରେମ ଏକ ଦୃଷ୍ଟାନ୍ତ 

ବଂଚିବା ଯିବାର ଉଦ୍ଦୀପନା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract