ପ୍ରେମ ଫୁଲ
ପ୍ରେମ ଫୁଲ
ପ୍ରେମ ଫୁଲ ଅମୂଲ ମୂଲ
ନାହିଁ ତାର ତୁଳନା
ଐଶ୍ବର୍ଗିକ ଫୁଲ ସେତ
କରୁଥିବା ବନ୍ଦନା
ପ୍ରେମ ଫୁଲ ମଉଳିବ
ଥିବ ଯଦି ଛଳନା
ପ୍ରେମ ଆଖି ନେଇ ଦେଖ
ସବୁଥିରେ ସବୁଜିମା
ପ୍ରେମ ବିନା ଏ ସଂସାରେ
ଜୀବନ ତ ଖେଳନା
ପ୍ରେମ ନଥିଲେ ବଢେ
ରୋଗ କଷ୍ଟ ଯାତନା
ପ୍ରେମ ଥିଲେ ଭାଇଚାରା ସମ୍ପର୍କ
ନଥାଏ ତୁଳନା
ସବୁଟି ସଜୀଵ ନିର୍ଜୀଵ ସାଥେ
ପ୍ରେମ ଏକ ଆଳାପନା
ପ୍ରେମ ସତ୍ୟ ଶିବ ସୁନ୍ଦର
ଅଲୌକିକ ଭାବନା
ପ୍ରେମ ନୁହେଁ ପାଠ କିନ୍ତୁ ଶାଠ
ଭୁଲ ଠିକ ବୁଝି ଅବୁଝା ହୁଅନା
ପରିବାର ପ୍ରେମରେ ଚାଲେ
ଗହନ କଥା ବୁଝିଯାଅନା
ସମ୍ପର୍କ ପ୍ରେମରେ ଚାଲେ
କିଏ କହେ ପ୍ରେମ ବିଶ୍ୱାସ ଭରସା
ପ୍ରେମ ସମବେଦନା
ପ୍ରେମ ନଥିଲେ ଜୀବନରେ
ନଥାଏ ବଂଚିବା ଉନ୍ମାଦନା
ପ୍ରେମ ପରି ସ୍ବର୍ଗୀୟ ଫୁଲ
କରିନେବା ଗହଣା
ପ୍ରେମ ଏକ ଦୃଷ୍ଟାନ୍ତ
ବଂଚିବା ଯିବାର ଉଦ୍ଦୀପନା ।

