ପ୍ରେମ ପାଇଁ
ପ୍ରେମ ପାଇଁ
ପ୍ରେମ ପାଇଁ ଲୋଡ଼ା ନାହିଁ
ଜାତି ଅବା ଜାତକ
ରହିଛି ରହିବ ପ୍ରେମର ଜଗତେ
ଅମଳିନ ଯଶ ଟେକ ।
ଜୀବନ ଝରଣାର ନିର୍ମଳ ଜଳେ
ପ୍ରେମ ତରୀ ଭାସିଯାଏ
ଆଶା ନିରାଶା ର ଢେଉ
ନାବକୁ ଥରାଇ ଦିଏ ।
କେବେ ବୁଡ଼େନା ବାଆ ବତାସରେ
ପ୍ରେମକୁ ପାଥେୟ କରେ
ଶକତି ସଂଚାରି ତାରି ଦେହେ
ପ୍ରେମ ସିନ୍ଧୁରୁ ତରେ ।
କେବଳ ନଥାଏ ମିଳନରେ ପ୍ରେମ
ବିଚ୍ଛେଦରେ ଥାଏ ପୁରି
ଆପଣା ମଣିଷ କୁ ଯିଏ
ହୋଉଥାଏ ସଦା ଝୁରି ।
ବିଭୁ ପ୍ରେମ ଠାରୁ ପ୍ରକୃତି
ସବୁଠି ତାହାରି ସତ୍ତା
କେବେ ଵନିଯାଏ ଉଛୁଳା ନଇଟେ
ସମୁଦ୍ରଗର୍ଭେ ହରାଏ ସତ୍ତା ।
