Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
221


ସ୍ନେହ ପ୍ରେମେ ବନ୍ଧା ଏ ବ୍ରହ୍ମାଣ୍ଡ ସଦା

   ପ୍ରେମ ମଧୁର ସମ୍ପର୍କ

ସାରା ବ୍ରହ୍ମାଣ୍ଡକୁ  ପ୍ରଭୁ ପ୍ରେମ ରଜ୍ଜୁ

   ବାନ୍ଧି ରଖେ କରି ଏକ ।


ପରିବାରେ ପ୍ରେମ ଅମୃତ ସମାନ

   ଶାଶ୍ୱତ ପ୍ରେମରେ ବନ୍ଧା

ବାପ ଝିଅ ପ୍ରେମ  ମାଆ ପୁଅ ପ୍ରେମ

   ଭାଇ ଭଗ୍ନି ପ୍ରେମେ ସଦା ।


ପ୍ରେମ ନୁହେଁ ପାପ ନୁହେଁ ଅଭିଶାପ

   ଶାଶ୍ୱତ ଓ ଚିରନ୍ତନ

ମୁହେଁ ପାଣି ଛିଞ୍ଚି  ପ୍ରେମ ଆଞ୍ଚି କିଛି

    ସ୍ୱାର୍ଥ ସିଦ୍ଧିରେ ଯା ମନ ।


ପାପ ହୁଏ ପ୍ରେମ ନିରର୍ଥ ଜୀବନ

    ସ୍ୱାର୍ଥ ପ୍ରେମେ ହେଲେ ଅନ୍ଧ

ରକତରେ ବାଡ଼  ନିଜ ସ୍ୱାର୍ଥ ବାଦ

    ପକାଏ ଲୋଭେ ସମ୍ପଦ ।


ଭଲ ପାଇବାତ  ପ୍ରେମର ସ୍ୱରୂପ

   ହୁଏ ନାହିଁ ନିରର୍ଥକ

ସୁଦୃଢ ବନ୍ଧନ  ବାନ୍ଧିଥାଏ ମନ

   ମିଳେ ଜୀବନରେ ସୁଖ ।


ପିତାମାତା ପ୍ରେମ  ଅମରତ୍ୱ ପ୍ରେମ

    ସେ ପ୍ରେମର ନାହିଁ ଅନ୍ତ

ଧନର ପାଗଳେ  ନାରୀ ବଶ ବଳେ

    ହୁଏ ସେଥିରେ ବ୍ୟାଘାତ ।


ବୁଝେ ନାହିଁ ପୁତ୍ର  ହୋଇଗଲେ ଅନ୍ଧ

    କୁମତି ସଙ୍ଗିନୀ ପ୍ରେମେ

ପିତାମାତା ପ୍ରେମ ହୁଏ ଅକାରଣ

    ଦେଖେ ତାଙ୍କୁ ଦୃଷ୍ଟି ହିନେ ।


ପ୍ରେମତ ସ୍ବର୍ଗୀୟ  ନାହିଁ ପରାଜୟ

    ପ୍ରକୃତ ପ୍ରେମ କି ପାପ

ଅପକୃତ ପ୍ରେମ  ସ୍ୱାର୍ଥର କାରଣ

    ସ୍ୱାର୍ଥ ଶେଷେ ହୁଏ ଲୋପ ।


Rate this content
Log in

Similar oriya poem from Inspirational