ପ୍ରେମ ଜୀବନରେ ଅନୁପସ୍ଥିତ ସିଦ୍ଧାନ୍ତ
ପ୍ରେମ ଜୀବନରେ ଅନୁପସ୍ଥିତ ସିଦ୍ଧାନ୍ତ
ପ୍ରେମକୁ ମୁଁ ଗଣିତ ଭାବିଥିଲି,
ସୂତ୍ର ଲେଖି ହୃଦୟରେ ସମାଧାନ ଖୋଜିଥିଲି ।
କିନ୍ତୁ ଜୀବନର ପ୍ରଶ୍ନପତ୍ରେ
କେଉଁଠି ମିଳିଲା ନାହିଁ ସେ “ଥିଓରି”ର ଅଧ୍ୟାୟ ।
ତୁମ ହସ ଥିଲା ପ୍ରମେୟ,
ମୋ ବିଶ୍ୱାସ ଥିଲା ପ୍ରମାଣ ।
ତଥାପି ମଧ୍ୟଭାଗରେ ଭୁଲ ହେଲା,
ଅନୁଭବରେ ରହିଗଲା ଖାଲି ସ୍ଥାନ ।
ପ୍ରେମର କ୍ଲାସ୍ରୁମରେ
ଶିକ୍ଷକ ହେଲା ସମୟ,
ସେ ପଢ଼ାଇଲା ବିଚ୍ଛେଦର ପାଠ,
ଯାହା ମୁଁ କେବେ ପଢ଼ିନଥିଲି ଆଗରୁ କେଉଁଦିନ ।
ହୃଦୟ ଥିଲା ପ୍ରୟୋଗଶାଳା,
ସ୍ୱପ୍ନ ଥିଲା ପରୀକ୍ଷା ।
ତୁମ ନାମର ରସାୟନରେ
ମୋ ଆତ୍ମା ହେଲା ନିର୍ବାକ ସାକ୍ଷୀ ।
କାହିଁକି ପ୍ରେମର କୌଣସି ସୂତ୍ର ନାହିଁ ?
କାହିଁକି ଭାବନାର ନାହିଁ ନିଶ୍ଚିତ ନିୟମ ?
ଯଦି ଥାନ୍ତା ଗୋଟିଏ “ମିସିଂ ଥିଓରି”,
ହେତେବାଦି ଆଜି ଭଙ୍ଗୁନଥାନ୍ତା ଏ ମନ ।
ପ୍ରେମ ଶାସ୍ତ୍ର ନୁହେଁ,
ନୁହେଁ କେବଳ ଗଣନା ।
ଏହା ହେଉଛି ଅନୁଭବର ଅସୀମ ଆକାଶ,
ଯେଉଁଠି ହାରିଯାଇ ମିଳେ ସତ୍ୟର ପରିଚୟ ।
ମୋ ଲଭ୍ ଲାଇଫ୍ର ପୁସ୍ତକରେ
ଏକ ଅଧ୍ୟାୟ ଆଜି ମଧ୍ୟ ଖାଲି ।
ସେଇ “ମିସିଂ ଥିଓରି”ର ଖୋଜରେ
ମୁଁ ଏବେ ବି ଲେଖୁଛି ନିରବ କବିତା ଖାଲି ।

