STORYMIRROR

Shyamasundar Sahoo

Romance Classics Inspirational

4  

Shyamasundar Sahoo

Romance Classics Inspirational

ଅଦିନ ମେଘ

ଅଦିନ ମେଘ

1 min
4

ଅଦିନ ମେଘ ଆଜି ମୋ ଆକାଶକୁ ଘେରି ଆସିଛି,
ତୁମ ବିଦାୟର ଛାୟା ହେଇ ମନକୁ ଢାକି ରହିଛି ।

ସେ ଦିନ ଆମ ହସର ରୋଦେ
ଜଗତଟା ଲାଗୁଥିଲା ଆଲୋକରେ ଭରା,
ଆଜି ସେଇ ସ୍ମୃତି ମେଘ ହେଇ
ନିରବ ବର୍ଷାରେ ମୋତେ ଭିଜାଉଛି ଧୀରେ ଧୀରେ ।

ତୁମେ ଥିଲ ମୋ ପ୍ରଥମ ବର୍ଷା,
ମାଟିର ଗନ୍ଧ ପରି ନୂଆ ଅନୁଭବ ।
ଏବେ କାହିଁକି ସେଇ ବର୍ଷା
ହୃଦୟରେ ହେଇଗଲା ବନ୍ୟାର ଦୁଃଖ ?

ଅଦିନରେ ଆସିଥିବା ଏହି ମେଘ
କେବେ ଯିବ ମୁଁ ଜାଣିନି,
ତୁମର ଯାଇଥିବା ପଥକୁ ଦେଖି
ମୋ ଆଖି ଆଜି ବି ଅପେକ୍ଷା କରିଛି ।

କଥାଗୁଡ଼ିକ ଅଧୁରା ରହିଗଲା,
ସ୍ଵପ୍ନଗୁଡ଼ିକ ହେଲା ଧୂଆଁ ।
ପ୍ରେମ ଥିଲା ସୁନେଲି ସକାଳ,
କିନ୍ତୁ ଶେଷଟା ହେଲା ନିରବ ସନ୍ଧ୍ୟାର ଛାଁୟା ।

ଅଦିନ ମେଘ ଆଜି ମୋ ଭିତରେ ବର୍ଷୁଛି,
ଶବ୍ଦ ନାହିଁ, କେବଳ ନିଶ୍ୱାସର ଧ୍ୱନି ।
ତୁମ ବିନା ଏଇ ଜୀବନଟା
ମନେ ହେଉଛି ଏକ ଶୂନ୍ୟ ଗୀତର ରାଗିଣୀ ।

ଯଦି କେବେ ଏହି ମେଘ ହଟିଯାଏ,
ତେବେ ଆକାଶ ଆଉଥରେ ହସିବ ।
କିନ୍ତୁ ତୁମ ସ୍ମୃତିର ଅଦିନ ମେଘ
ମୋ ମନରେ ସଦାବେଳ ପାଇଁ ରହିବ ।


Rate this content
Log in

Similar oriya poem from Romance