STORYMIRROR

Shyamasundar Sahoo

Inspirational

4  

Shyamasundar Sahoo

Inspirational

ଅଧୁରା ରହିଲା ମୋ ଗୋଲାପ ଦିନ

ଅଧୁରା ରହିଲା ମୋ ଗୋଲାପ ଦିନ

1 min
6

ଅଧୁରା ରହିଲା ମୋ ଗୋଲାପ ଦିନ
ତୁମ ହସର ରଙ୍ଗରେ ରଙ୍ଗା ଥିଲା ସେହି ସ୍ୱପ୍ନ,
ଆଜି ସବୁ ମିଶିଗଲା ଧୂସର ଆକାଶରେ ।

ଯେ ପଥରେ ଆମେ ଏକା ସାଥେ ଚାଲୁଥିଲୁ,
ସେହି ପଥ ଆଜି ପଡିଛି ନିରବ ଓ ଶୂନ୍ୟ,
ପଦଚିହ୍ନ ରହିଗଲା,
କିନ୍ତୁ ମୋ ପାଖରେ ତୁମ ଜାଗାଟି ଖାଲି ରହିଗଲା ।

ତୁମେ ଦେଇଥିବା ଗୋଲାପଟି
ଏଯାଏ ନିରବ ହେଇ ପଡ଼ିଛି ମୋ ଡାୟାରୀର ମଝିରେ,
କିନ୍ତୁ ତାର ସୁଗନ୍ଧ
ମୋ ହୃଦୟ ଛାଡି ଅଜଣା ପଥେ ଚାଲିଗଲା ।

ମୁଁ ଭାବିଥିଲି ପ୍ରେମ ଅମର,
କାଳ ବି ଯାହାକୁ ଭଙ୍ଗି ପାରିବ ନାହିଁ,
କିନ୍ତୁ ଆମ କାହାଣୀ
ସ୍ୱପ୍ନର ପୃଷ୍ଠା ହଠାତ୍ ବନ୍ଦ ହୋଇଗଲା ।

କେତେ କଥା ଅକୁହା ରହିଗଲା,
କେତେ ସ୍ୱପ୍ନ ଅସ୍ପର୍ଶିତ,
ତୁମ ବିନା ଆଜି
ମୋ ସନ୍ଧ୍ୟା ଅତ୍ୟନ୍ତ ଲମ୍ବା ଲାଗେ ।

ହୋଇପାରେ ତୁମେ ଖୁସି ଅନ୍ୟ ଆକାଶ ତଳେ,
ମୁଁ ଶିଖୁଛି ଏକା ହେଇ ବଞ୍ଚିବାକୁ,
ତଥାପି ପ୍ରତ୍ୟେକ ବସନ୍ତରେ
ତୁମ ସ୍ମୃତି ଫୁଲ ହେଇ ଫୁଟିଯାଏ ।

ଅଧୁରା ରହିଲା ମୋ ଗୋଲାପ ଦିନ,
କିନ୍ତୁ ସେହି ଯନ୍ତ୍ରଣା ମୋତେ ଶକ୍ତ କରିଦେଲା,
ଏବେ ମୁଁ ଜାଣିଛି
କେବେ କେବେ ଭଙ୍ଗା ହୃଦୟ ମଧ୍ୟ
ନୂତନ ପ୍ରେମର ପଥ ଦେଖାଏ ।


Rate this content
Log in

Similar oriya poem from Inspirational