ମୁଁ ଏକ ବାରବୁଲା ପ୍ରଜାପତି
ଉଡି ବୁଲି ନିତି ନିତି ଭୁଲି ଗତି ନିତି
ପ୍ରଣାମେ ତୁମକୁ ପ୍ରଭୁ ଜଣାଣ କରେ ଏମିତି
ଦେଖି ତୁମ ନୀତି କାନ୍ତି ବଢେ ଭକତି
ଭାବେ ଭାବ ହେଲା କେଜାଣି କେମିତି
ମହକେ ଯେମିତି ଜ଼ହ୍ନରାତି
ଚଇତାଳି ଝରୁଥାଏ ଯେମିତି ସ୍ମୃତି
କେମିତି କୁହ ପ୍ରଭୁ ଏହି ଭକତି
ଚୋରି ଚୋରି ହୋଇଯାଏ ପ୍ରେମ ଭକ୍ତି ଏମିତି
ତୁମ ଆଖି ଦେଖି ଲୁହ ଆସେ ଯେମିତି
ସମୁଦ୍ରରେ ମିଶିଯିବ ଭାବୁଛି ମୁହୂର୍ତ୍ତ ପ୍ରତି
ଚଇତାଳି ଢଳି ଭଳି ଦେଖେ ପ୍ରଭୁଙ୍କୁ ନିତି
ସାଆନ୍ତେ ମଣିମା ଶୁଣ ଗୁହାରି ସମ୍ପ୍ରତ୍ତି
ମହୁମାଛି ପରି ଦୟଣା କରି ଚୋରି
ଆଣିବି ନିତିପ୍ରତି ତୁମ୍ଭରି କତି
ତୁଳସୀର ବାସ କରେ ଉପହାସ ମୋ ପ୍ରତି
ଛାର ନର ଭାବୁ ଭକ୍ତି ଅଛି ତୋ କତି
ସତ ମୁଁ କହୁଛି ମୋ ଘର ଅଗଣା ବାସେ
କସ୍ତୁରୀ ଯେମିତି ତୁଳସୀ ପାଶେ ଦୟଣା ଆଶେ
ରହେ କାନ୍ଦି ମୁଁ ନିତି ଭାବେ ପ୍ରଗାଢ଼ ଭକ୍ତି
ରଥରେ ପଥେ ପଥିକ ପ୍ରଭୁ ବୁଝିବେ କେମିତି
ସୁନାବେଶ ବେଳେ ଗହଳିର ଆଳେ
ଦେଖିନେବି ଚକାଆଖି ଅଛନ୍ତି କେମିତି
ମନ୍ଦିର ଛାଡି ଲଷ୍ମୀମାଆ ପହୁଡ଼ ହୁଡ଼ି
ମାଉସୀ ମାଆ ଶ୍ରଦ୍ଧା ଭକ୍ତି ଡାକେ ଯାଆନ୍ତି
ଶ୍ରଦ୍ଧାର ସୁମନ ଏଇ ଗୋଟେ ପ୍ରଜାପତି ମନ
ଦେଇଦେବି ଜଗନ୍ନାଥ ରଖିବ ସାଇତି