ପ୍ରଭୁ ଦଧିବାମନ
ପ୍ରଭୁ ଦଧିବାମନ
ପାବନ ମାଟିରେ ପାଦଦେଲେ ଥରେ
ବିଭୋର ହୁଏ ଭକ୍ତ ଭାବର ରଙ୍ଗରେ
ବାମନକ୍ଷେତ୍ରର କଳାବାମନ ଠାକୁର
ଅଜ୍ଞ ମୁଁ ଅଜଣା ଅପାର କୃପା ତାଙ୍କର
ତୁମେ ହିଁ ମହାନ ନାଥ ମୁହିଁ ସଦା ହୀନ
ଚକାନୟନେ ଏ ପ୍ରାଣ ପ୍ରଭୁ ଦଧିବାମନ ।
ଉତ୍କଳ ର ରାଜା ହେ ଜଗତର ନାଥ
ତୁମ ଦୟାବିନୁ ଅଚଳ ଜୀବନ ରଥ
ଭିନ୍ନଭିନ୍ନ ନାମେ ତୁମକୁ ପୂଜଇ ଭକ୍ତ
ନିଶ୍ୱାସେ ପ୍ରଶ୍ୱାସେ ତୁମେ ହିଁ ସଂଯୁକ୍ତ
ଉରାଳୀ ଗ୍ରାମେ ହେ ତୁମ୍ଭେ ବିଦ୍ୟମାନ
ପୟରେ ରଖ ହେ ଈଶ୍ବର ଦଧିବାମନ ।
ପାପୀଟିଏ ମୁହିଁ ଛାର ପୂଣ୍ୟ ଜାଣେନାହିଁ
କାଠ ଦେବତା ତୁମେ ବିଶ୍ୱର ଗୋସାଇଁ
ବିପଦେ ପଡ଼େ ଯେବେ ତୁମକୁ ଖୋଜଇ
ସ୍ୱାର୍ଥୀ ମଣିଷଟେ ମୋତେ ଦିଅ ହଜାଇ
ପାଶେ ଥାଇ ଈଶ୍ବର ତୁମଠୁ ବିଛିନ୍ନ
ଥରେ କରିବ କି ମୋତେ ଆଲିଙ୍ଗନ ।
ହେ ଦଧିବାମନ ପ୍ରଭୁ ଦଧିବାମନ
ତୁମେ ହିଁ ମାନ ମୋ' ଆଉ ସମ୍ମାନ।
