STORYMIRROR

Tapan Kumar Dash

Abstract

3  

Tapan Kumar Dash

Abstract

ପ୍ରଭାତ

ପ୍ରଭାତ

1 min
11.5K

ପ୍ରଭାତ ଭାନୁ ର ସୁନେଲି କିରଣ ସହ

ପଦାର୍ପଣ କରେ ଧରଣୀ ବକ୍ଷରେ

ସେଇ କାକର କଣିକା ଚକ ଚକ କରେ

ହୀରକ ସଦୃଶ ସତେ ଯେମିତି

ମା ପିନ୍ଧିଛି ମୋତି ମାଣିକ ର ଅଳଙ୍କାର

ପକ୍ଷୀର କିଚିରି ମିଚିରି ଶବ୍ଦ

ସୁଲୁଶୂଲିଆ ବା ର ଶୀତଳ ସ୍ପର୍ଶ

ତା ସାଙ୍ଗକୁ କୋଇଲିର ମୂର୍ଚ୍ଛନା

ଆଃ କେତେ ମନୋହର ଅପରୂପ ସୌନ୍ଦର୍ଯ୍ୟ

ଜନସମୁଦ୍ର ଙ୍କ ଗହଳ ଚହଳ ଲାଗେ

ଘରଣୀ ଙ୍କ ସେଇ ଗୋବର ପାଣି ଛିଟା

ପବିତ୍ର କରେ ଧରା ପୃଷ୍ଠ ର ବାତାବରଣ

ସମସ୍ତେ ଚାଲନ୍ତି ନିଜ ବ୍ୟସ୍ତତା ଜୀବନ ଲକ୍ଷେ

କୃଷକ ଅଗ୍ରସର ତା ପ୍ରେମିକା କୁ ପ୍ରେମ କରି

ହଳ ଲଙ୍ଗଳ ରେ ଉପୁଜେଇବ ଶସ୍ୟ ସମ୍ଭାର

କେତେ ସୁନ୍ଦର ସୁରିଲା ହୃଦୟ ସଂଗୀତ ତାର

ଶ୍ରବଣ ମାତ୍ରେ ଲାଗେ ସତେକି ସରଗପୁର

ସେଇ ସୁନେଲି କିରଣର ଉଷ୍ଣତା ସହ

ଚିର ସବୁଜିମା ର ମୁରୁକି ହସଭରା ନୃତ୍ୟ

ପୁଷ୍ପ ବିହଙ୍ଗ ଙ୍କ ବ୍ୟାକୁଳତା କେତେ ଗହ୍ୱର

ପ୍ରଭାତ ସତେ କେତେ ସୁନ୍ଦର ସୁନ୍ଦର ଆଉ ସୁନ୍ଦର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract