ତିନି ମାଙ୍କଡ଼ ଙ୍କ ଉପଦେଶ
ତିନି ମାଙ୍କଡ଼ ଙ୍କ ଉପଦେଶ
ମହାତ୍ମା ଗାନ୍ଧୀଙ୍କ ତିନିଟି ମାଙ୍କଡ଼
ଶୁନାନ୍ତି ତିନୋଟି ବାର୍ତା
ଏହି ବାର୍ତା କୁ ଯେ ଗ୍ରହଣ କରିଣ
ହୋଇବ ଜଗତ ଜୀତା ||
ଯେତେ ଥାଉ ପଛେ ଅଭାବ କଷଣ
ହାତ ନ ପାତିବି କାହାକୁ
ଯେତେ ଯିଏ ଯାହା କହୁ ପଛେ ମତେ
ଖରାପ ନ କହେ କାହାକୁ ||
ଦ୍ୱିତୀୟ ମାଙ୍କଡ଼ କହୁଅଛି ସୁଣ
ଖରାପ କଥା ଦେଖିବିନି
ଯିଏ ଯାହା ଦେଖୁ ଖରାପ କଥା ପଛେ
ଖରାପ ଖାହାକୁ ଭାବିବିନୀ ||
ତୃତୀୟ ବାନର କହୁଅଛି ବାର୍ତା
ଖରାପ କେବେ ଶୁଣିବିନୀ
ଯେତେ ଝଡ ଝଞ୍ଜା ଆସୁ ଜୀବନରେ
ପାପ କାମ କରିବିନି ||
ବାପୁଜୀଙ୍କର ତିନିଟି ମାଙ୍କଡ
ଉପଦେଶ ଯିଏ ମାନିବ
ଦୁଃଖ କଷ୍ଟ ସିଏ ସବୁ ଭୁଲିଯିବ
ସରାଗ ସୁଖ ବି ପାଇବ||
