STORYMIRROR

Tapan Kumar Dash

Others

3  

Tapan Kumar Dash

Others

ମୁକ୍ତ ବିହଙ୍ଗ

ମୁକ୍ତ ବିହଙ୍ଗ

1 min
11.9K

ପରାଧୀନତାର ଶିଙ୍କୁଳି ରେ ମୁହିଁ

ବନ୍ଧା ହୋଇ ରହିଥିଲି

ସୂର୍ଯ୍ୟର କିରଣ ଜହ୍ନର ଜୋଛନା

ସ୍ପର୍ଶ ମୁଁ ପାଉନଥିଲି ||


ଆଜି ମୁହିଁ ଅଟଇ ସ୍ୱାଧୀନ ଆତ୍ମା

ସ୍ୱାଧୀନ ଆକାଶ ତଳେ

ନଭଶ୍ଚୁମ୍ବୀ ଅଟାଳିକା ଡେଇଁ ଜାଏ

ଡେଣା ମେଲାକରି ବୁଲେ ||


କାଲି ରହିଥିଲି ପଞ୍ଜୁରୀ ଭିତରେ

ତପନ କୁ ଚାହିଁ ରହି

ଆଜି କିନ୍ତୁ ସତ ସହସ୍ର ତାରକା

ଖୁସିରେ ଦଉଛି ଛୁଇଁ ||


ମୁକ୍ତ ଆକାଶରେ ମୁକ୍ତ ଡେଣା ମୋର

କୋଷ କୋଷ ଦୂର ଉଡ଼େ

ପରି ରାଇଜରେ ତାରକା ମେଳରେ

ନିଡାରମ୍ଭରେ ମୁଁ ଗଡେ ||


ଦିଗବଳୟ କୁ ଛୁଇଁବାକୁ ମନେ

ଶିହରଣ ଖେଳିଯାଏ

ଗୃହାଣୁ ପୁଞ୍ଜକୁ ଧରିବାକୁ ଇଛା

ହାତ ମୋର ଚାଲିଯାଏ ||


ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ମୁଁ

ମନଇଛା ସନ୍ତରଣ

ଅତୀତ ଜ୍ୱାଳା କୁ ପାସୋରି ଦେଇଛି

ବର୍ତମାନେ ପଦାର୍ପଣ


Rate this content
Log in