Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Kumar Dash

Inspirational

4.2  

Tapan Kumar Dash

Inspirational

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
23.7K


ସୌନ୍ଦର୍ଯ୍ୟ ଅଟେ ମୋ ଓଡିଶା ଭୂମି

ପବିତ୍ର ଅଟଇ ଓଡ଼ିଆ ଭାଷା

ରାଇଜ ପସନ୍ଦ ପଖାଳ କଂସା

ମହାନଦୀ,ଇନ୍ଦ୍ରାବତୀ ଭଳି ଜଳ ଭଣ୍ଡାର

ଦେଓମାଳି,ଗନ୍ଧମାର୍ଦନ ନିୟମଗିର।।


ଉଣୀଶହ ଛତିଶ୍ ଏପ୍ରିଲ୍ ଏକରେ

ଓଡ଼ିଆ ଜାତିଟା ରଖିଲା ଟେକ

ମଧୁ,ଗୋପବନ୍ଧୁ,ବିଜୁ ବାବୁ ଷଣ୍ଢ

ପୁଣି କୁନ୍ତଳା,ନନ୍ଦିନୀ, ରଖିଲେ ଗର୍ବ।।


ପାଇକ ବିଦ୍ରୋହ ର ଅଭୁଲା କୀର୍ତ୍ତିମାନ

ଜୟୀ, ସୁରେନ୍ଦ୍ର,ରେଣ୍ଡୋ ବାଜିରାଉତ

ମାଟିକୁ ଦେଲେ ତାଙ୍କ ଅମୁଲ୍ୟ ରକ୍ତ

ଆଜିବି ମନେପଡେ ଅମର ବ୍ୟକ୍ତିତ୍ୱ

ଚିର ନମସ୍ୟ ସେ ଓଡ଼ିଆ ସନ୍ତାନ

ଇତିହାସ ଗାଏ ଗୁଣ ଯାହାର

ଖାରବେଳ ସଂସ୍କୃତି ପିଏ ଜହର।।


ବଡଦାଣ୍ଡ ପୁଣି ବଡ ଠାକୁର

ମହୋଦଧି କୂଳେ କରିଛି ଘର

ଚିଲିକା ଅଂଶୁପା ଅନବରତ

ଲୁଣ,ଖାଦ୍ୟ ଦେଇ ପାଳେ ଜଗତ

ଓଡିଶୀ,ଘୁମୁରା ନୃତ୍ୟ ନିଆରା

ଚାନ୍ଦ,ଚମ୍ପୁ ରସ କି ମନୋହରା

ଭଜନ ସମ୍ରାଟ ଭିକାରି ବଳ

କେଳୁଚରଣଙ୍କ ଓଡିଶୀ ଢାଲ ।।


ପିପିଲି ଚାନ୍ଦୁଆ ବିଶ୍ୱ ପ୍ରସିଦ୍ଧ

ତାରକସି କାମେ ରଖେ ମହତ

ଗରିବ କୃଷକ ସୁନା ଫଳାଇ

ମୁଣ୍ଡ ଝାଳ ସଦା ତୁଣ୍ଡେ ମାରଇ

ବରଗଡ଼ ବହେ ଭାତହାଣ୍ଡି ନାମ

ଘଟଗାଁ ତାରିଣୀ ,ମାଣୀକେଶ୍ୱରୀ

ଲିଙ୍ଗରାଜ ମା ସମଲେଶ୍ବରୀ

ଚନ୍ଦ୍ରଭାଗାର ସୁନେଲି ଦିଗ୍ବଳୟ

କୋଣାର୍କର ମିଶା ତ୍ରିକୋଣଭୂମି

ବହିଅଛି ଜାତିର ଜଶ ଗୌରବ

ରଜ, ରଥଯାତ୍ରା ନୂଆଖାଇ ପର୍ବ ।।


ସବୁଜ ସୁନ୍ଦର ଅଟେ ମୋ ମାଟି

ନିରୀହ ଅଟେ ମୋ ରାଇଜ ବାସୀ

ଧ୍ବଂସମୁଖା ଆଜି ଆମ ସଂସ୍କୃତି

ଆମନ୍ତ୍ରଣ କଲୁ ପାଶ୍ଚାତ୍ୟ ନୀତି

ସମୟ କାନ୍ଦଣା ମା'କୁ ଡାକେ

ଆହ୍ୱାନ କରୁଛି ହାତ ବଢ଼ାଇ

ଶିର କୁ ଟେକିବା ଏକତ୍ର ହୋଇ

ଆମ ଭାଷା,ରାଇଜକୁ ନେବା ଆଗେଇ।।


ମୋ ମା'ଅଟଇ ମୋହର ପୂଜ୍ୟ

ସ୍ଵର୍ଗାଦପି ଗରୀୟସୀ ସେ କୋମଳମତି

ସ୍ନେହ ମମତାରେ ଆଦରି ନେବା

ଝଡଝଞ୍ଜା ବିପଦେ ସହଯୋଗ ରକ୍ଷାରେ

ଓଡିଶା ମାଟିର ଗର୍ବ ରଖିବା

ଓଡିଆ ପାଇଁକି ଗର୍ବ କରିବା ।।







Rate this content
Log in

Similar oriya poem from Inspirational