STORYMIRROR

Tapan Kumar Dash

Abstract

3  

Tapan Kumar Dash

Abstract

ରୁଦ୍ଧ ଧରା

ରୁଦ୍ଧ ଧରା

1 min
11.9K

ଆଜି ଏ ଧରିତ୍ରୀ ରାଣୀ କୁ ଆମେ ପିନ୍ଧାଇ ତୁଣ୍ଡି

ଗର୍ବରେ ବାରତା ବାଣ୍ଟି ମାରୁଛୁ ହୁଂଡୀ

ସବୁଜିମା ଆଜି ହୁଏ କଲବଲ

ନିଃସହାୟ ହୋଇ ଅନାଏ ବଲବଲ

ନିଶ୍ୱାସ ପ୍ରଶ୍ୱାସ ରୁଦ୍ଧ ଧରିତ୍ରୀ ମାତା

ଆମେ ଭୁଲିଗଲୁ ସେ ଅଟେ ଆମ ବିଧାତା

ନିଜ ସ୍ୱାଭିମାନ ପୂର୍ଣ୍ଣ କରିବାକୁ ସର୍ବେ

ଶ୍ରୀହୀନ କରିଛୁ ଦେଖ ପ୍ରକୃତି କୁ ଆମ୍ଭେ

ଦୃଶ୍ୟମାନ ଆଜି ଅସହାୟ ଜୀବନ

ଲାଭ ନାହିଁ ତାର ଯେତେ ଅରଜିତ ଧନ

ସମୟ କହେ ବର୍ତ୍ତମାନ ସୁଧୁରିବା ପାଇଁ

ସତ ଧର୍ମ ପୁଣ୍ୟ କାମ କରିଯିବା ଧାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract