STORYMIRROR

Tapan Kumar Dash

Inspirational

3  

Tapan Kumar Dash

Inspirational

କଳି ପୁରାଣ

କଳି ପୁରାଣ

1 min
198

ଶୁଣ ଶୁଣ ମୋର ଭାଇ ଭଉଣୀ ହୋ

ସୁନ୍ଦର ଦି'ପଦ କଥା

କହୁଛି ପୁରାଣ କଳି ଯୁଗର ମୁଁ

ଭାବିଲେ ମୁଣ୍ଡଟି ବ୍ୟଥା ।।


ଧନୀ ଏଠି ଋଣ ନେଇ ଚାଲିଯାଏ

ବିଦେଶେ କରୁଛି ମଜ଼ା

ସରକାର କିନ୍ତୁ ଗରିବଙ୍କୁ ଏଠି

ଦଉଛି ଋଣର ସଜା ।।


ଗରିବ ଦଳିତ ନିରୀହ ବଂଶରେ

ହୋଇବ ଯଦି ଜନମ

କୁକୁର ପରିକା ଝୁଣି ଖାଇଯିବେ

ମର୍ତ୍ତ୍ୟ ରାକ୍ଷସ ଅଧମ ।।


ଗରିବ ହୋଇଣ ଯଦି ଜନମିବ

ଭବିଷ୍ୟତ ଅନ୍ଧକାର

କାଣି କଉଡିଟେ ନ' ମିଳେ ଭିକରେ

ଜୀବନଟା ଛାରଖାର ।।


ପଇସା ଦେଖେଇ ଧନୀ,ଅଭିନେତା

କରନ୍ତି ଶାସନ ଦେଶ

ଅଧିକାରୀ ଗଣ ଚାଟନ୍ତି ଗୋଡ଼କୁ

ଗରିବ ଏଠି ହତାଶ ।।


କୃଷକ ବିଚରା ଜୀବନ ଦଉଛି

ଋଣ ଭାରକୁ ମୁଣ୍ଡେଇ

ଯୋଜନା ଯୋଜନା ଡିଣ୍ଡିମ ପିଟୁଛି

 ସର୍କାର ହୁଏ ଦେଖେଇ ।।


ଜୋର ଜାର ଏଠି ମୁଲକ ଯେ ତା'ର

ଦୟା କ୍ଷମା କିଛି ନାହିଁ

ଧନୀକୁ ରାସନ ଇନ୍ଦିରା ଆବାସ

ଗରୀବ ଭୋକେ ମରଇ ।।


ନେତା ମନ୍ତ୍ରୀ ସବୁ ଅଫିସର ଯେତେ

କଳା ଧନ କଳା କର୍ମ

ଆଇନ୍ କାନୁନ୍ ଅନ୍ଧ ହେଇ ଦେଖେ

ଭାରତ ବର୍ଷର ଧର୍ମ ।।


କହୁଥିଲେ ଗଳ୍ପ ସରିବନି ଜମା

ଗାଇଦେଲେ ହେବ ଗୀତା

ଭାବି ଭାବି ଆଜି ଦୁଃସାହସ କରି

ଲେଖେ ଆଜି କଳି ଗାଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational