ଆକାଶ
ଆକାଶ
1 min
619
କଦାଚିତ ଦିଏ ସୁନେଲି କିରଣ
ରାତ୍ରି ଦିଏ ଅନ୍ଧକାର
କଦାଚିତ ଦିଏ ପ୍ରଖର ଉତ୍ତାପ
ଅଟଇ ସେ ନିର୍ବିକାର ॥
କଦାଚିତ ଶ୍ୱେତ ବାଦଲ ଖେଳଇ
କାଳ ସେ କଳାହାଣ୍ଡିଆ
କଦାଚିତ ଲୁଚକାଳି ସେ ଖେଳଇ
ସୌନ୍ଦର୍ଯ୍ୟ ଆଃ କି ବଢିଆ ॥
କଦାଚିତ ସାଗର ପ୍ରେମିକ ସାଜିଛି
ଗାଉଛି ତରଙ୍ଗ ସ୍ଵରେ
କଦାଚିତ ସୂର୍ଯ୍ୟ ଚନ୍ଦ୍ରର କିରଣେ
ଦିବା ରାତ୍ରି ଆଣି କରେ ॥
କଦାଚିତ ଉତ୍ତାପ କଣ୍ଟା ସଦୃଶ
ବରଷା ଯେ ଆଶୀର୍ବାଦ
କଦାଚିତ ଶୀତ ଋତୁ ଧରାପୃଷ୍ଠେ
ଛରୁତୁ କରନ୍ତି ବାଦ ॥
କଦାଚିତ କୋଟିଏ ଗ୍ରହାଣୁ ପୁଞ୍ଜ
ସାଇତିଛି କରି ଯତ୍ନ
କଦାଚିତ ବ୍ରହ୍ମାଣ୍ଡ ବହିଛି କୋଳେ
ସୂର୍ଯ୍ୟ ପରି କେତେ ରତ୍ନ ॥
କଦାଚିତ ଦେଖିଲେ ନଭ ଶୀତଳ
ପ୍ରଭାତର ଭାନୁଦୟ
କଦାଚିତ କବିତା ଆବୃତିରେ ମନ
ଦେଖିଲେ ସୁନେଲି ସାୟଂ ॥
କଦାଚିତ ବିଚିତ୍ର ଜଳଦ ଭଣ୍ଡାର
ବଖାଣିଲେ ସରିବନି
କଦାଚିତ କବି ଲେଖକ ଲେଖନୀ
କାଗଜ କେବେ ଭରେନି ॥
