ପ୍ରବାଦ ପୁରୁଷ
ପ୍ରବାଦ ପୁରୁଷ
ଉତ୍କଳର ସ୍ୱାଭିମାନ ଜାତିର ଟେକ
ସାହସ ଓ ବୀରତ୍ୱର ଶ୍ରେଷ୍ଠ ସାଧକ ||
ଶାସନର ମନ୍ତ୍ରଦାତା ଜନ ନାୟକ
ଧନ୍ୟ ଧନ୍ୟ ବିଜୁ ବାବୁ ପୂଣ୍ୟ ପ୍ରତୀକ ||
ଖୋଜି ନାହଁ ଜାତି ଧର୍ମ ଭାଷା ମୂଲକ
ମାଟିର ମଣିଷ ଧନ୍ୟ ମାତୃ ସେବକ ||
ଏ ଦେଶର ଗର୍ବ ସଦା ଶୁଭ ଚିନ୍ତକ
ମଣିଷ ଜୀବନ କରିଅଛ ସାର୍ଥକ ||
ଜନତାଙ୍କ ଦୁଃଖେ ଝରୁଥିଲା ଲୋତକ
ଅହରହ ଦେଖୁଥିଲ ସ୍ୱପ୍ନ ଅନେକ ||
କର୍ତ୍ତବ୍ୟରେ କେବେ ହୋଇନାହଁ ବିମୁଖ
ବିକାଶ ପଥର ତୁମେ ଥିଲ ପଥିକ ||
ଆଜୀବନ ସ୍ପଷ୍ଟବାଦୀ ସ୍ୱଚ୍ଛ ନିର୍ଭୀକ
ଲାଗିନାହିଁ ଦେହେ ଭ୍ରଷ୍ଟାଚାର କଳଙ୍କ ||
ଉନ୍ନତ ବିଚାର ଶିଳ୍ପ ସୃଷ୍ଟି କାରକ
ପ୍ରବାଦ ପୁରୁଷ ଧନ୍ୟ ତୁମ ସନ୍ତକ ||
ଶାନ୍ତି ମୈତ୍ରୀ ସଦ୍ଭାବର ବାର୍ତ୍ତା ପ୍ରେରକ
ଶିକ୍ଷା ଆଉ ସଂସ୍କୃତିର ପ୍ରାଣ ଧାରକ ||
ଉତ୍କଳ ମାତାର ତୁମେ କୁଳ ଦୀପକ
ଧନ୍ୟ ଯୋଗଜନ୍ମା ସର୍ବଜନ ସ୍ମାରକ ||