STORYMIRROR

Tikeshwar Sahu

Inspirational

3  

Tikeshwar Sahu

Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
222

  ପ୍ରାୟଶ୍ଚିତ ମୁହିଁ କରିବି ପ୍ରଭୁ ହେ ତୁମ୍ଭ ନାମ ଜପୁଥିବି,    

 ଅପାର କରୁଣା ସିନ୍ଧୁରୁ ବିନ୍ଦୁଏ ଅବା କେବେ ଯେ ପାଇବି |୧|    

  ତୁମ୍ଭେ କରୁଣାର ଅଥଳ ସାଗର ମୋ ପାପ ସାମାନ୍ୟ ଧୂଳି,   

 ତୋ କରୁଣା ଧାରେ ହଜିଯିବ ପରା ପାପ ପଙ୍କ ଧୂଳି ମଳି |୨|     

  ମୋ ମନ ମଉଳେ ତୁମ ଛାଇ ତଳେ ପାପ ପଙ୍କେ ବୁଡ଼ି ମରି,         

ବିବେକ ବତାଏ ନୂଆ ନୂଆ ବାଟ କେବେ ପୁଣି ଯିବି ତରି |୩|    

ସକାଳ ପହରୁ ଭାବେ ସୁମରିବି ପ୍ରଭୁନାମ ଜପିବାକୁ, 

        ସମୟ ସୁଅଟା ଛାଡ଼ି ଚାଲିଯାଏ କେତେ ଦୂରକୁ ଦୂରକୁ |୪|

ପ୍ରାୟଶ୍ଚିତ ମୋର ଅଟକି ଯାଉଛି ପାପ ଅନୁତାପ ପାଇଁ,    

ଅନୁତାପ ଚିନ୍ତା ମୋ ମନେ ଆସୁନି କହ ପ୍ରଭୁ କାହିଁପାଇଁ ? ୫| 

  ମନେ ଦୃଢ଼ ଚିନ୍ତା କରୁଛି ପ୍ରଭୁହେ ପାପଠାରୁ ଦୂର ହେବି,      

 ଭୁଲ କାମ ଯେତେ ଆଉ କରିବିନି ଭଲ ମଣିଷଟେ ହେବି |୬|

ଭଲ ହେବା ପାଇଁ ବହୁତ କଠିନ ସତ୍ଯ ପଥ ଆଦରିବା,    

  ଥରେ ଆଦରିଲେ ବହୁତ ସହଜ ସତ୍ଯ ପଥରେ ଚାଲିବା |୭|   

ପ୍ରାୟଶ୍ଚିତ ଦିଏ ଅନେକ ଭାବନା ନବ ଚେତନାର ରାହା,  

 ସେ ନବ ଚେତନା ଦିଏ ନୂଆ ବାଟ ଜୀବନର ନୂଆ ସାହା |୮|    

       ଯିଏ ଦୃଢ଼ମନା ସେ ସିନା ପାରିବ ପ୍ରାୟଶ୍ଚିତ କରିବାକୁ,  

 ସତ୍ଯ ଶାନ୍ତି ଦୟା କ୍ଷମା ଆଚରଣ ଏହି ମନେ ରଚିବାକୁ |୯|  

 ପ୍ରାୟଶ୍ଚିତ ଭାବ ଲଜ୍ଜା ହରିନିଏ ଆଣଇ ସଦଭାବନା,

   ନିର୍ମଳ ହୃଦୟ ସରଳତାମୟ ଯାହା ମଣିଷ କାମନା |୧୦|    


Rate this content
Log in

Similar oriya poem from Inspirational