STORYMIRROR

kahnu charan sahu

Abstract

2  

kahnu charan sahu

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
275


ଏକ୍ଳା ଜୀବନରେ 

ଆପଣେଇ ନେଇଥିଲି

ଆପଣାର ବୋଲି

ମୁଠାଏ ପ୍ରେମ 

ପାଇବାର ମୋହରେ


ଜୀବନର

ପ୍ରତି ମୁହୂର୍ତ୍ତରେ 

ଆକର୍ଷିତ ହେଉଥିଲେ

ମୋ ଭିତରେ ଲୁକ୍କାୟିତ

ଅସୁମାରୀ ଅଶାଗୁଡା


ମରୁଭୂମିର

ବାଲି ଶଯ୍ୟାରେ

ଖୋଜି ବୁଲୁଥିଲେ

ଅଜାଣତରେ 

ପାଇବାକୁ ସ୍ନେହ ପ୍ରେମ

ଚିର ପଲ୍ଲବିତ ସମ୍ପର୍କଟିଏ


ହୃଦୟରେ

ଭରିରହିଥିବା ଅନେକ

ଆବେଗ କୁ ଆଉ ଗୋଟେ

ହୃଦୟ ସହ ଯୋଡିବାର

ପ୍ରୟାସରେ 

ଅନେକଥର ବିଫଳ

ଜାଣିଲା ପରେ ବି 

ଆପଣେଇ ନେଇଥିଲା

ମୋ ଦେହରେ ପ୍ରବାହିତ

କେଇବୁନ୍ଦା ଲାଲ ରକ୍ତ.


ବୁଝି ପାରିଲନି

ବୁଝିବାକୁ ଚେଷ୍ଟା ବି କଲନି

ତୁମ ପାଇଁ 

ରାତି ରାତି ଚେଇଁ

ସାଇତି ଥିବା ସ୍ବପ୍ନ.


ଗୋଟିଏ ପାହାଚ

ଚଢୁ ଚଢ଼ୁ

ଠେଲିଦେଲ

ସମ୍ପର୍କର ପରିଧି ଭିତରୁ

ଅପରିଚିତ ମଣିଷଟିଏ ପରି


ଭାବିନେଲି

ଯାହାକୁ ସର୍ବସ୍ବ ଭାବିଲି

ଅଭିନୟ କଲା ମୋ ସହ

ମିଛି ମିଛି ସମ୍ପର୍କ ଗଢିବାର

ଭୁଲ ତ ନ ଥିଲା ତାର

ସବୁ ଭୁଲ ମୋର 

ମୁଁ କରୁଥିବା ବିଶ୍ୱାସର


ନିଜ ଅଶ୍ରୁକୁ

ରୋକି ପାରେନି

ଚାଲି ଆସନ୍ତି ସେମାନେ

ମୋ ସହ ସାମିଲ ହେବାକୁ

ପ୍ରଜ୍ବଳିତ ହୃଦୟାଂଶକୁ

ନୀଳ ଛାତିର ବୁନ୍ଦାବୁନ୍ଦା ଅମୃତରେ

ଧୌତ କରିବାକୁ


Rate this content
Log in

Similar oriya poem from Abstract