STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ପ୍ରାର୍ଥନା ଘେନ ହେ ମା

ପ୍ରାର୍ଥନା ଘେନ ହେ ମା

1 min
3.0K

ଘେନାକର ଆମ ପାର୍ଥନା 

        ହେ ମାଆ ସରସ୍ୱତୀ

ବୀଣା ଶୋହେ ତବ କରରେ 

       ବ୍ରହ୍ମଲୋକେ ବସତି

ଆକୁଳେ ଡାକୁଛୁ ମାତାହେ 

         ଶୁଣ ଆମ୍ଭ ଗୁହାରୀ

ତୁମବିନା ସାହା କିଏ ମା

        ଅବା ହେବ ଆମରି

ଦିବ୍ୟ ଜ୍ଞାନ କର ପ୍ରଦାନ

         କରୁଛୁ ନିବେଦନ

ଯେଉଁ ଜ୍ଞାନ ଵଳେ ହୋଇବ

         ଆମ ମୋକ୍ଷ ସାଧନ

ତୁମର ଅନେକ ନାମ ମା 

        ଡାକିବି କେଉଁ ନାମେ

ବୀଣାପାଣି, ମାହେଶ୍ୱରୀ ମା 

         ନମୁ ତୁମ ଚରଣେ

କାଳିଦାସ ନାମେ ମୁର୍ଖକୁ 

         ତୁମେ କରି ପଣ୍ଡିତ

ବିତରି ଦେଇଛ ସଂସାରେ ବହୁ

         କାବ୍ୟ ଅମୃତ

ତୁମେ ଯାକୁ କର କରୁଣା

          ତାର ତୁଟେ ଅଜ୍ଞାନ

ଜ୍ଞାନାଲୋକ ଜ୍ୟୋତି ବିତରି

          ସେହୁ ହୁଏ ମହାନ

କଣ୍ଠେ ସଦା ଆମ ବସ ମା 

          ହେବୁ ଜଗତଜିତା

ସମ୍ପଦେ ବିପଦେ କାହାରି ମନେ

          ନ ଦେବୁ ବ୍ୟଥା

 ଭାରତ ମାଆର ଦୁଃଖକୁ 

          ହର ମାଆ ଭାରତୀ

ତବ ପଦେ ମାଆ ଆମ୍ଭର

           ଅଟେ ଏହି ମିନତୀ 

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract