STORYMIRROR

Sahadev Behera

Romance

2  

Sahadev Behera

Romance

ପ୍ରାଣସଙ୍ଗିନୀ

ପ୍ରାଣସଙ୍ଗିନୀ

1 min
238

ତମେ ମୋର ପତି   ପରମ ଦେବତା

    ତମେ ମୋ ପରମ ଈଶ୍ବର

ନାହିଁ ପୂଜା ଘର   ମୋ ପାଇଁ ମନ୍ଦିର

      ତମେ ମୋ ହୃଦୟ ଠାକୁର

ପତି ସେବା ବିନା   ନାହିଁ ମୋର ଗତି

      ତମେ ମୋ ସୁଖର ସଂସାର

ଦୁଃଖରେ ଥାଏକି ସୁଖରେ ଥାଏ ମୁଁ

       ମୋ ପାଇଁ ତମେତ ଈଶ୍ବର

ଲାଗେନି କଷଣ  ଦୁଃଖର ବେଦନା

        ପୂଜୁଥାଏ ନିତି ଚରଣ

ଜନ୍ମ ଜନ୍ମାନ୍ତରେ  ତମେ ମୋ ଦେବତା

       ତମ କୋଳେ ମୋର ଶରଣ

ତମ ସେବା ଲାଗି ନେବି ମୁଁ ଜନମ

         ନ ହେଉ କେବେ ମୋ ମରଣ

ଜାଣୁ ଏ ଦୁନିଆ   ତମ ସାଥେ ପ୍ରେମ

       ନ କରୁ ମୋତେ କେ ବାରଣ

ମୋ ହାତରେ ଶଙ୍ଖା   ମଥାର ସିନ୍ଦୁର

        ଦେଲ ପାଟ ମଠା ପିନ୍ଧାଇ

ବଜ୍ର ହେଉ ଶଙ୍ଖା   ମୋ ମଥା ସିନ୍ଦୁର

       ଏତିକି ଗୁହାରି କରଇ

ଅଭାଗିନୀ ବୋଲି   ନ ଲାଗୁ କଳଙ୍କ

       ନ କହୁ ମୋତେ କେ ଦୁଃଖିନୀ

ଯାଉ ଏ ଜୀବନ  ତୁମରି କୋଳରେ

      ମୁଁ ତୁମର ପ୍ରାଣସଙ୍ଗିନୀ


Rate this content
Log in

Similar oriya poem from Romance