Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ପଣତକାନି

ପଣତକାନି

1 min
258



ଓଡିଶା ମାଟିର ମହାନ ସଂସ୍କୃତି

     ଓଡ଼ିଆର ସ୍ୱାଭିମାନ,

ବେଶଭୁଷା ତାର ସାରା ଭାରତରେ

     ଅନ୍ୟ ରାଜ୍ୟଠାରୁ ଭିନ୍ନ |

ଓଡ଼ିଆ କୁଆଁରୀ ମନେ ଜାଗେ ନିଶା

     ପିନ୍ଧିବାକୁ ଶାଢ଼ୀ ନୂଆ,

ଶାଢୀର ପଣତ କାନୀ ଲମ୍ବିଥାଏ

     ହେବାକୁ ନିତମ୍ବ ଛୁଆଁ |

ତାରୁଣ୍ୟର ଲଜ୍ଜା ଲୁଚାଇବାକୁ ସେ

    ପଣତ କାନୀକୁ ଧରେ,

ତଥାପି ଉଡେ ସେ ଧୀର ସମୀରଣେ

    ମୁଖ ପୋତେ ସରମରେ |

ବାହାହେଲା ପରେ ପଣତ କାନୀ ଯେ

    ଓଢଣୀର ରୂପ ନିଏ,

ମୁହଁର ଲାଜକୁ ଲୁଚାଇ ଦେଇ ସେ

    ପ୍ରୀତିଭରା ହୋଇଯାଏ |

ନାରୀର ଶାଢ଼ୀ ଯେ ମନଲୋଭା ହୁଏ

    ପଣତ କାନୀଟା ପାଇଁ,

ପଣତ କାନୀର ପରଶରେ ଥାଏ

    ପୀରତିର ଚୋରା ଛାଇ |

ମାଆର ପଣତ କାନୀ ପୋଛିଦିଏ

    ସନ୍ତାନର ଆଖି ଲୁହ,

ପୋଛିଦିଏ ମାଆ ପିଲାମାନଙ୍କର

    ଧୂଳି ଧୂସରିତ ଦେହ |

ଶୀତ କାକରରେ ପିଲା ଲୁଚିଯାଏ

    ପଣତ କାନୀର ତଳେ,

ନିରାପଦ ଏକ ଆଶ୍ରୟର ସ୍ଥଳ

    ମାଆ ର ପଣତ ଥିଲେ |


Rate this content
Log in

Similar oriya poem from Inspirational