Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ପଙ୍କଜପାଦ ଚରଣମ୍

ପଙ୍କଜପାଦ ଚରଣମ୍

1 min
395



ପ୍ରଦ୍ମଶ୍ରୀ ପୁରସ୍କାର ବିଜୟୀ କ୍ଷଣ

ହୋଇପାରେ କ୍ଷଣସ୍ଥାୟୀ

କିନ୍ତୁ ମାନସ ପଟ୍ଟଳରେ

ସୁଖଦାୟୀ ଆନନ୍ଦଦାୟୀ 

ଅହ୍ଲାଦଦାୟୀ ଅମୃତମୟୀ ।


କରୁନା ମହାମାରୀ ବେଳର 

ନିରୁତ ଯନ୍ତ୍ରଣା ବି କ୍ଷଣସ୍ଥାୟୀ

କିନ୍ତୁ ମାନସ ତଟରେ

ଗଭୀର ପ୍ରତାରଣା 

ମାନବିକତାର ଅଭାବ କଟକଣା

ମୃତ୍ୟୁର ଘନ ଘନ ବିକଟାଳ ତନାଘନା

ଶିକ୍ଷାମୟୀ ଈଶ୍ବରଧ୍ୟାୟୀ

ଶେଷ ବିଶ୍ୱାସ ଅମୃତ ଅନୁଭବ ସ୍ଥାୟୀ ।


ଦୁଇଟି ଘଟଣା ଅନୁଭବ ଅନେକ

ଜୟଗୀତିର ମୂର୍ଚ୍ଛନା ତାଣ୍ଡବ ବାହକ


ସୁଖ ଚଞ୍ଚଳା କ୍ଷଣପ୍ରଭା କ୍ଷଣସ୍ଥାୟୀ

ଆସେ ଅକସ୍ମାତେ ଚମକେଇ 

ଲାସ୍ୟମୟୀ ହାସ୍ୟମୟୀ

କୌତୁକମୟୀ ଉଲ୍ଲାସମୟୀ ।


ଦୁଃଖ ସହଚର ଅନୁରଙ୍ଗ ନିରନ୍ତର 

ମୁଣ୍ଡରେ ତୁଣ୍ଡରେ ଜରା ଜର୍ଜର

କର୍ମ ମୁଖର ଜୀବନେ 

ବେତାଳ ପରିକା ପିଠିରେ ସବାର 

ଶିକ୍ଷାମୟୀ ପରୀକ୍ଷାମୟୀ 

ସଂଘର୍ଷମୟୀ ଭଦ୍ଦୀପନାମୟୀ ।


ସେହିପରି ଏକାଧାରରେ

ସଫଳତା ଭତ୍ସାହମୟୀ 

ବିଫଳତା ବିନମ୍ରମୟୀ

ସଂପଦ ଆଶାମୟୀ

ବିପଦ ଜିଜ୍ଞାସାମୟୀ


ଚର୍ମ ଚକ୍ଷୁରେ ମାପଦଣ୍ଡରେ

ଚଟୁଳ ପ୍ରଶ୍ନ ବାଣି ଠାଣିରେ

ମାନିନେବାକୁ ହେବ

ବିଫଳତା ହେଉ କି ସଫଳତା

ବିପଦ -ଆପଦ ହେଉ କି ସମ୍ପଦ

ସବୁ ଭଗବାନଙ୍କ ଲୀଳା ଖେଳା 

ବିପଦରେ ଲୁଚିଥାଏ ସଂପଦର ଚାବି

ବିଫଳତାରେ ଲୁଚିଥାଏ ସଫଳତାର ଛବି |


କଥାରେ କହନ୍ତି

ବାଦଲ ଫାଟିଲେ ବର୍ଷା ଝରଇ

ମାଟି ଫାଟିଲେ ଗୁଣ୍ଡ ହେଲେ କ୍ଷେତ ହସଇ

ମଞ୍ଜି ଫାଟିଲେ ଗଜା ବାହାରଇ

ଗଜା ଫାଟିଲେ ଚାରା ଦିଶୁଥାଇ

ଶାମୁକା ଫାଟିଲେ ମୁକ୍ତା ଝଲକଇ

ପଥର ଫାଟିଲେ ମୂର୍ତ୍ତି ହସୁଥାଇ

ଛାତି ଫାଟିଲେ ହସଫୁଲ ଚହଟଇ ।


ବିପଦର ବନ୍ଧୁ ସେହି ପରମେଶ୍ଵର

ସମ୍ପଦର ବନ୍ଧୁ ସେହି ଜଗଦୀଶ୍ଵର

ତାଙ୍କୁ ମନେ ରଖ ହେ ମଣିଷ ବୀର ।


ବିପଦ ଆସିଲେ ଡାକିବ ବାରମ୍ଵାର

ଭଗବାନ ଶରଣମ୍

ସଂପଦ ଆସିଲେ ବିସ୍ମରି ନଯାଅ

 ପଙ୍କଜ ପାଦ ଚରଣମ୍ ।


Rate this content
Log in

Similar oriya poem from Inspirational