STORYMIRROR

BULU BEHERA

Romance

2  

BULU BEHERA

Romance

ପନ୍ଦର ପୁରି ଷୋହଳ ହେଲା

ପନ୍ଦର ପୁରି ଷୋହଳ ହେଲା

1 min
122

ପନ୍ଦର ପୁରି ଷୋହଳ ହେଲା,

ଷୋଳଟି ଫଗୁଣ ତୋତେ ଛୁଇଁଲା l(0)


   ରୂପରେ ନୂଆଁ ରଙ୍ଗ ଲାଗିଲା,

   ଯିଏ ଦେଖିଲା ପାଗଳ ହେଲା l


   ଗୋରୀ ଲୋ ଗୋରୀ, ଆଲୋ ମୋ ଗୋରୀ,

   ମୁଁ ତୋ ମଜନୁ, ତୁ ମୋର  ଲୈଲା l

ପନ୍ଦର... (1)


ନୂଆଁ ନୂଆଁ ତୁ ଦିଶୁଛୁ ଖାଲି,

ଫଗୁଣ ରଙ୍ଗ ହୋଇଛୁ ବୋଳି l

ରୂପ ତୋହର ଯାଏ ଚହଳି,

ତୋ ପ୍ରେମରେ ମୁଁ ଦିବାନା ହେଲି l

କହିବି ମୁହିଁ  ଭାବୁଛି ହେଲେ,

ମନର କଥା ମନେ ରହିଲା ,

ପନ୍ଦର ... (2)


     ଗୋଟେ ଆଖି ତୋ ଉପରେ ଅଛି,

     ଅନ୍ୟଟିରେ ତୋ ଛବି  ଆଙ୍କୁଛି l

     ପ୍ରେମର ନିଶା ଏତେ ଘାରିଛି ,

     ଜାଣି ପାରୁନି କଣ  କରୁଛି l

     ଯେତେ ଯାହା ହେଲେ ପଛେ ହେଉ,

     ବାହା ହେବି ତୋତେ ରାଣ ରହିଲା  

      ପନ୍ଦର.... (3)     



Rate this content
Log in

Similar oriya poem from Romance