STORYMIRROR

Kulamani Sarangi

Classics

2  

Kulamani Sarangi

Classics

ପଲ୍ଲୀଗୀତ

ପଲ୍ଲୀଗୀତ

1 min
13.2K


ପଲ୍ଲୀଗୀତ - ୧୮

-----------

ସୁନା,ରୂପା, ଧଳାଧାନ,

କରିଥିବୁ ଯେବେ ତୁହି ଦର୍ଶନ,

ଜାଇଫୁଲଲୋ,

କାର୍ଯ୍ଯ ହୋଇବ ସାଧନ।

ଭଦଳିଆ,ଶଙ୍ଖଚିଲେ

ଅଥବା ନେଉଳ ମୁହଁ ଦେଖିଲେ

ଜାଇଫୁଲଲୋ

ଯାତ୍ରାର ସୁଫଳ ମିଳେ।

ଆଗରେ ଦେଖିବୁ ଗାଈ

ବୃଷଭ ତା'ପଛେ ଥିବଟି ଧାଇଁ

ଜାଇଫୁଲଲୋ

ଶୁଭ ମୁହୁରତ ସେହି।

ହାତୀ ଚାଲୁଥିବ ବାଟେ

ନିଆଁଶିଖା ଥିବ ଡାହାଣ ପଟେ

ଜାଇଫୁଲଲୋ

ଶୁଭକାଳ ସେହି ଅଟେ।

ଦ୍ୱିଜ,ସୁନ୍ଦରୀ ରମଣୀ

ପୂର୍ଣ୍ଣ କୁମ୍ଭ ଧରିଥିବ ସେ ପୁଣି

ଜାଇଫୁଲ ଲୋ

ଶୁଭ ମୁହୁରତେ ଗଣି।

ଘୋଡା ଦେଖିଲେ ବାଟରେ

ଅଥବା ରାଜନ ଥିବେ ଥାଟରେ

ଜାଇଫୁଲଲୋ

ଶୁଭ ହୁଏ ଦର୍ଶନରେ।

ଦେଖିବୁ ଯେବେ ଗଣିକା

ଅବା ଫୁଲମାଳ ମିଳିଲେ ଦେଖା

ଜାଇଫୁଲଲୋ

ଶୁଭ ମୁହୁରତେ ଲେଖା।

ସଜ ଘିଅ,ଦହି,ମହୁ

ଦେଖି ଶୁଭ କାମେ ଯେବେ ତୁ ଯାଉଁ

ଜାଇଫୁଲଲୋ

ଭଲ ଫଳ ମିଳେ ତହୁଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics