STORYMIRROR

Kulamani Sarangi

Children

2.0  

Kulamani Sarangi

Children

ପଲ୍ଲୀଗୀତ...୬

ପଲ୍ଲୀଗୀତ...୬

1 min
28.2K



....................

କସରା ବିଲେଇ ଛୁଆ ପୋଷିଥିଲି ଖାଇଗଲା ବଣଭୂଆ,

ବାଜେଣୀ ଗାଈ ମୋ ଘାସ ଚରୁଥିଲା ଖୁମ୍ପିଲା ଡାମେରା କୁଆ।


ପାଣିକୁଆ ବୋଲି ଜାଲରେ ପଡିଲା କାଣ୍ଟିଆ ବଗୁଲା ପିଲା,

କାଗେଜୀ ନେମ୍ବୁରେ ପାଣି ନହଉଣୁ ଦଦେଇ ଛିଣ୍ଡେଇ ନେଲା।


ଝିପି ଝିପି ଝରିପଡେ ଶିରାବଣ,କାଇଁ ଲୋ ସାଧବ ବୋହୂ?

ପାଉଁଜି ପଟକ ହଜିଲା ବିଲରେ ଧାନ ପଣେ ରୋଉ ରୋଉ।


ଡଗ ଡଗ ହେଇ କୁଆଡେ ଯାଉଚୁ,ଡହରା ତେଣ୍ଟେଇ ଝୁଅ?

ଖଣ୍ଡିଉଡା ଦେଇ ଚାଳରେ ବଅ ଲୋ,ମାଆ କାହିଁଗଲା କହ।


ପତର ଉଢାଳେ ଓଢଣା ଦେଇଚି,କୁମ୍ଭାଟୁଆ ନାଜ କରି,

କୋଇଲି ନାନୀର ତଣ୍ଟି ବସିଚି ଲୋ,ଗାଇବାକୁ ସୁରଧରି।


ପୂବେଇ ଉଠାଣ,ସୁଲୁ ସୁଲୁ ବାଆ,ଉଡିଯାଉଚି ଗାମୁଛା,

ଏଣ୍ଡୁଅ ଭାଇ ତୋ ଠେକା ସମ୍ଭାଳେ ଲୋ,ଭିଡିକରି ମାର କଚ୍ଛା।


ବୁଢୀଦେଈ ପାଦେ କୋଟି ଯୁହାର ଲୋ,ଧନ ମୋ ଭଲରେଥାଉ

ନିନ୍ଦେଇ ମାଉସୀ ମୁହଁରେ ନିଆଁଲୋ,ସବୁବେଳେ ହାଉ ହାଉ।


Rate this content
Log in

Similar oriya poem from Children