STORYMIRROR

Kulamani Sarangi

Children

4  

Kulamani Sarangi

Children

ପଲ୍ଲୀ ଗୀତ

ପଲ୍ଲୀ ଗୀତ

1 min
84


ବାଘ ମାମୁଁର ଜଙ୍ଗଲରେ ଘର

ବିଲେଇ ନାନୀର ଚୁଲି,

ଆ'ରେ ମଇନା ଗଛରେ ବ'ଅ

ଖାଇବାକୁ ଦେବି କୋଳି।


ଟୁପୁରୁ ଟୁପୁରୁ ବରଷା ପଡେ,

ପାଣିରେ ଫୋଟକା କେତେ !!

ଆଖି ପିଛୁଳାକେ ମିଳେଇଯାଏ

ସକାଳେ ତରା ଯେ'ମେତେ।


ଯାଆଲୋ ଫୁଲେଇ କଜଳପାତି

ପଡ଼ିଲା ବରଷାପାଣି,

ବସାରେ ତୋ ଝୁଅ ଛାଡିଚି ରଡ଼ି

ଖାଇବାକୁ ମାଗିଲାଣି।


ଡଗର ଡଗର ଡାହୁକ ଚାଲେ

କିଆରୀରେ ଗୋଳି ପାଣି,

ଟାକୁରୁ ଟାକୁରୁ ବେଙ୍ଗଫୁଲାକୁ

ଗିଳିଦିଏ ବଗ ରାଣୀ।


କାଣ୍ଟିଆ ବଗର କିଏ ମଲାକି !!

ଶୁଖେଇ ବଇଚି ମୁହଁ,

ଆ'ଆରେ ବାବୁନା କାଦୁଅ ହେଲାଣି

ବିଲ ଦି'ପା ରୁଅ।


ବଡ କିଆରୀରେ ବଦଳ ପଡ଼ିଚି

ଡେଇଁଲେଣି ଦଣ୍ଡିକିରୀ,

ବଜା ମୁଗୁରା ତୁ ସଜିଲି କରେ,

ହବ ମାଛ ତରକାରି।


ବଡ ସୁଆଦିଆ କାଙ୍କଣ ଆଣିଚି

କନିକା ଗଡରୁ ବୋହୂ,

ଫେଟା ନୁଗାଟା ମୋ କାଦୁଅ ହେଲା ଲୋ

ତଳି ପଣେ ରୋଉ ରୋଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children