STORYMIRROR

Dharitri Das

Children

3  

Dharitri Das

Children

ପିତାମାତା

ପିତାମାତା

1 min
245

ପିତାମାତା ଆମ ଅଟନ୍ତି ଠାକୁର

ରାତି ନ ପାହୁଣୁ କରିବା ଜୁହାର।

ତାଙ୍କ ପାଇଁ ଆମେ ଦେଖିଲେ ସଂସାର

ଭୁଲିବାନି କେବେ ଦୟାକୁ ତାଙ୍କର।

ପିତାମାତା ଆମ ଜୀବନ୍ତ ଦେବତା

ଭୁଲିବାନି କେବେ ମାଆର ମମତା।

ତାଙ୍କ ଆଶୀର୍ବାଦେ ହେବା ଆମେ ବଡ଼

ଭୁଲିବାନି ତାଙ୍କୁ ଆସୁ ଯେତେ ଝଡ଼।

ଦେବନାହିଁ କେବେ ତାଙ୍କ ମନେ ଦୁଃଖ

ଦୁଃଖ ଦେଲେ ଆମେ ପାଇବାନି ସୁଖ।

ପିତାମାତା ଆମ ହୋଇଗଲେ ବୃଦ୍ଧ

ହେବାନାହିଁ କେବେ ତାଙ୍କ ପରେ କ୍ଷୁବ୍ଧ।

ଛୋଟ ଶିଶୁ ପରି ପାଳିବା ତାହାଙ୍କୁ

ମାନିନେବା ତାଙ୍କ ଅଳି ଅର୍ଦ୍ଦଳିକୁ।

କରିବାନି କେବେ ଘୃଣା ଅସମ୍ମାନ

ନୁହଁନ୍ତି ସେ ଆମ ପାଇଁ ବିରାପାନ।

ସର୍ବଦା ରଖିବା ତାଙ୍କ ଯଶ ମାନ

ତେବେ ସିନା ଜୀବନ ହୋଇବ ଧନ୍ୟ।

ନିବେସିବା ନାହିଁ ତାଙ୍କୁ ବୃଦ୍ଧାଶ୍ରମ

କାହିଁକିନା ଏହା ଅଟଇ ଅଧର୍ମ।

ହେବାନାହିଁ ଆମେ ଅବୋଧ ସନ୍ତାନ

ରଖିବା ଆମ ଦେଶ ଜାତିର ମାନ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children