STORYMIRROR

Amaresh Kumar Hanuman

Inspirational

3  

Amaresh Kumar Hanuman

Inspirational

ପିତା ମୋ ବଡ ଅଭିନେତା

ପିତା ମୋ ବଡ ଅଭିନେତା

1 min
302

ମାତା ନାମେ ଲେଖେ କବି, କେତେ ଯେ କବିତା,

ପିତା ପାଇଁ ଏ ମନେ କି, ନାହିଁ ନୈତିକତା ?

ଜୀବନେ ମୋ ଲୋଡ଼ା ଯଦି, ମାଆ ଓ ମମତା,

ସେ ମମତା ଦୀପ ଜଳେ, ବାପା ତା’ ସଳିତା

ମାତା-ପିତା ପ୍ରତି ରହୁ, ସଦା ସମାନତା,

ରଚିବି ପିତା ହୃଦୟର, କିଛି ଜଟିଳତା l        (୧)


କିଛି କଥା ଲୁଚାଏ ସେ, କିଛି ପୁଣି କହେନା,

କିଛି ସତ କହେ ଯଦି, କିଛି କରେ ବାହାନା

ବୁଝି ହୁଏ ନାହିଁ ଯେବେ, ଏ’ ଜଟିଳ ଭାବନା,

ଅକାରଣେ ସେ ମଣିଷେ, ଲାଗେ ବୃଥା ଲାଞ୍ଛନା

ତଥାପି ସେ ସୁଖ ତ୍ୟାଗି, ସହେ ଶତ ଜାତନା,

ନୁହେଁ କି ବାପାଙ୍କ ଏହି, ଆମ ପ୍ରତି ପ୍ରେରଣା !  (୨)


ଆସେ ମୋ ଜୀବନେ ଯେବେ, ପ୍ରତିକୂଳ ସମୟ,

ସେ ସମୟେ ତୁମେ ବାପା, ମୋ ଆଶା ଉଦୟ

ନଥିଲେ ବି ଦିଅ ଆଣି, କେଉଁଠୁ ଯେ ଆଦାୟ ?

ପରାଜୟେ ସଦୟ ସେ, ଜୟରେ ମୋ ଅଥୟ !

ସରଳ କି ଜଟିଳ କି, ବାପା ଖୋଲା ହୃଦୟ ?

ହୁଏନା ବାପାଙ୍କ ବୁଝି, ଏ’ ବଡ ଅଭିନୟ !      (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational