ଫୁଲ
ଫୁଲ
ଆପଣା ଇଚ୍ଛାରେ ଫୁଲଟିଏ ଫୁଟେ
ପୁଣି ଆପଣା ଇଚ୍ଛାରେ ଝଡେ।
ଫୁଟିବାର ସୁଖ ,ଝଡିବାର ଦୁଃଖ
ସିଏ ଏକା ବୁଝିଥାଏ ।
ଫୁଲର ଆୟୁଷ ବୁଝିବାକୁ
କେହି ଚେଷ୍ଟା କରିନାହିଁ
ଫୁଲ କିନ୍ତୁ ଜାଣେ
ଆୟୁଷ ତାହାର
ଗୋଟିଏ ସକାଳ ପାଇଁ।
କ୍ଷଣିକ ଭିତରେ ବାସ ବିତରିବ
ବିତରିବା ତା ଧର୍ମ।
ଶ୍ରେଷ୍ଠ ଜୀବ ହୋଇ
ସୃଷ୍ଟିର ରକ୍ଷଣ କରିବା ଆମର କର୍ମ।
