STORYMIRROR

itishree jena

Action Inspirational Others

3  

itishree jena

Action Inspirational Others

ଫୁଲ

ଫୁଲ

1 min
191

ଆପଣା ଇଚ୍ଛାରେ ଫୁଲଟିଏ ଫୁଟେ

ପୁଣି ଆପଣା ଇଚ୍ଛାରେ ଝଡେ।

ଫୁଟିବାର ସୁଖ ,ଝଡିବାର ଦୁଃଖ

ସିଏ ଏକା ବୁଝିଥାଏ ।

ଫୁଲର ଆୟୁଷ ବୁଝିବାକୁ

କେହି ଚେଷ୍ଟା କରିନାହିଁ

ଫୁଲ କିନ୍ତୁ ଜାଣେ 

ଆୟୁଷ ତାହାର 

ଗୋଟିଏ ସକାଳ ପାଇଁ।

କ୍ଷଣିକ ଭିତରେ ବାସ ବିତରିବ

ବିତରିବା ତା ଧର୍ମ।

ଶ୍ରେଷ୍ଠ ଜୀବ ହୋଇ

ସୃଷ୍ଟିର ରକ୍ଷଣ କରିବା ଆମର କର୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action