STORYMIRROR

itishree jena

Drama Romance Others

3  

itishree jena

Drama Romance Others

ଭାବନା

ଭାବନା

1 min
124

ତୁମ କଥା ମନେ ପଡେ 

ପ୍ରତିଟି ମୁହୂର୍ତ୍ତରେ

ଭଗବାନଙ୍କୁ ସ୍ମରଣ ପୂର୍ବରୁ

ତୁମେ ଆସ ମୋ ପାର୍ଥନାରେ

ପୁଣି ଆସ କେବେ ଅନାବନା ଭାବନାରେ

କେବେ ତୁମେ ମନେପଡ ଚା କପ୍ ସମୟରେ

ପୁଣି କେବେ ମନେ ପଡ ଗହଳି ଭିତରେ

ଆଖି ମୋ ଖୋଜେ ତୁମକୁ ବାର ବାର

ମିଶିବାକୁ ତୁମ ଆଖିରେ

ହୃଦୟ ମୋ ଚାହୁଁଥାଏ

ହଜିବାକୁ ତୁମ ବାହୁବନ୍ଧନରେ

ଏସବୁ ଭାବନା ମୋ ସୀମିତ ଭାବନାରେ

ଏକଥା ଜାଣେ ମୋ ପାଇଁ ସ୍ଥାନ ନାହିଁ ତୁମ ଭାବନାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama