STORYMIRROR

Prabhanjana Tripathy

Romance

3  

Prabhanjana Tripathy

Romance

ଫୁଲ୍ ଷ୍ଟପ୍

ଫୁଲ୍ ଷ୍ଟପ୍

1 min
127

ଅଜଣା ନାୟିକା ଲେଖିଅଛି ଚିଠି,

ବୁଢା ବୟଷରେ ମୋର,

କି ଉତ୍ତର ଦେବି, ବନ୍ଧୁକି ବାନ୍ଧବି,

କହିବାକୁ ଲାଗେ ଡର, ll


ସପ୍ତଫେଣି ନାଗ ସଦୃଶ୍ୟ ତା'ରୁପ,

ସତେକି ଦେବ ସେ ଦଂଶି,

କଥା ଏଇମିତି,ସ୍ୱର ସଂଯୋଗେ,

ସତେକି ମାଦକ ବଂଶୀ ll


ପିନ୍ଧା ବଶନ ତା ଆତୁର କରଇ,

ହୃଦୟେ ମାରଇ ଛୁରି,,

କାମନା ହୀନ ,ଶରୀର ମୋହର,

ଲୋକ ଲଜ୍ୟା, ଥାଏ ଡରି. ll


ଯାହାବି ହେଉ ଉତ୍ତର ଦେବି,

କାଲି ରାତି ଦେଲି ଲେଖି,

ଏତେବି ବୃଦ୍ଧ ହୋଇନି ଏବେ ମୁଁ,

ଯୁବା ଅଛି,,ହୃଦ, ଆଖି ll


ଯାହାବି ଭାଵ ହେ ନିଆଳି,

ମୁଁ ଯାହା ବି ଭାବୁଥିବି,

ତୁମ ହୃଦୟକୁ ମାପି ସାରିଲିଣି,

ତେଣୁ ମୋ ଭାବନା ଦେବି. ll


ଥର୍ଥରି ଯାଏ ଦେଖିଲେ ତୁମକୁ,

ପାଷାଣ ହୃଦୟ ମୋର,,

କମ୍ପକମ୍ପି ଯାଏ ଶ୍ରୀହରଣ ଦେଇ,

ସତେକି ଅଜଣା ଜ୍ୱର. ll


ତିଲ୍ମିଲି ଯାଏ କାମୁକ ପ୍ରାଣ,

ଝଲ୍ମଲି ଯାଏ ହିଆ,,

ହେଲେ ବି ବୟସ ତାଳ ମେଲ ନେଇ,

କହି ମୁଁ ନ ପାରେ ପ୍ରିୟା. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance