STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ଫୁଲ ଖୋସି ହୋଇ

ଫୁଲ ଖୋସି ହୋଇ

1 min
205


ଫୁଲ ଖୋସିହେଇ ଫୁଲେଇ

କଥାକହେ ହୋଇ ଗେହ୍ଲେଇ

କଲିଜାକୁ ମୋର ପାଣି କରିଦିଏ 

ପଣତ କାନିକୁ ହଲେଇ 


ଷୋହଳ ଯେବେଲୋ ପୁରିଗଲା ତାକୁ

ଗାଁ ସାରା ଦୁଲୁକିଲା

ନଈରେ ଆସିଲା ଅଦିନିଆ ବଢି

ମଲ୍ଲୀଫୁଲ ମହକିଲା

ତା ମୁକୁଳା କେଶ ମନ ଭୁଲା ବେଶ

ମନକୁ ନିଏ ମୋ ଭୁଲେଇ .


ବେଣୀ ତାର କହେ ପ୍ରିତିର କାହାଣୀ

ଠାଣି ନିଏ ମନ କିଣି

ମନ ହୁଏ ମୋର କାମ ଶର ମାରି

କରନ୍ତି ତାକୁ ମୋ ରାଣୀ

ପିରତି ହାଟରେ ହଟ ଚମକଲୋ

ବାଟ ଦେଉ ନାହିଁ ଚଲେଇ...


ନିଦ ଚୋରି କରେ ଆଖିରୁ ମୋ ନିତି

ସପନରେ ସିଏ ଆସି

ଫୁଲ ପରି ତାର ନରମ ଦେହକୁ

ମୋ ଦେହରେ ଦିଏ ଘଷି

ମନକଥା ମୋର ମନରେ ମରୁଛି

ତା ମନ ପାରୁନି ମୂଲେଇ ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance