Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

4  

Satyabati Swain

Inspirational

ଫମ୍ପା ମାଠିଆ

ଫମ୍ପା ମାଠିଆ

1 min
361


ସ୍ବପ୍ନ ଟିକେ ଦିଅରେ ମୋତେ 

ସୁଯୋଗ ଟିକେ ଦିଅ

ଝିଅ ନୁହେଁ ମୁଁ ହେବିରେ ଦିନେ

ତୁମରି ଗେହ୍ଲା ପୁଅ ।


ମା ପେଟରୁ କାହିଁକି ମୋତେ

ଦେଉଛ ତୁମେ ମାରି

ଦିନ ଆସିବ ଝିଅଟେ ପାଇଁ

ହେବରେ ମୁଣ୍ଡ କୋଡ଼ି ।


ମୋତେ କି ଛାଡି ସୃଷ୍ଟି ତୁମର

ହୋଇ ପାରିବ ଗଢା

କିଏସେ ହେବ ଜନନୀ ଭଗ୍ନୀ

ହେବ କେ ତୁମ ଜାୟା ।


ବଗିଚା ଥାଇ ଫୁଲ ନଥିଲେ

ସୁନ୍ଦର କିବା ହେବ

ଝିଅ, ଘରଣୀ ନଥିଲେ ସେତ

ଘରକି ବୋଲାଇବ ।


ନାରୀ ସଶକ୍ତି ନାରୀ ସ୍ୱାଧୀନ

"ଫମ୍ପା ମାଠିଆ "ଶବ୍ଦ

ଦେଉଛି ଯିଏ ସେଇ କରଇ

ନାନା ଆଳରେ ମୋ ଵଧ ।


ଚାହୁଁଛି ମୁହିଁ ସେଇ ସମାଜ

ଯହିଁ ସ୍ୱାଧୀନ ସୂର୍ଯ୍ୟ ଉଏଁ

ଶୋଷଣ ଧର୍ଷଣ ମୁକ୍ତ ଜୀବନ

ଯେଉଁଠି ନାରୀ ପାଏ ।


Rate this content
Log in

Similar oriya poem from Inspirational