STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ଫଳର ଫଳାଫଳ

ଫଳର ଫଳାଫଳ

1 min
244

ଆଦାମ୍ ନାମକ ଆଦି ମଣିଷଟା ଇଭ୍ କଥାରେ ପଡ଼ି

ଜ୍ଞାନ ଵୃକ୍ଷର ଫଳକୁ ଭକ୍ଷିଲେ ପାପକୁ ଶିରେ ଆବୁରି

ସେଦିନୁ ମଣିଷ ପାପ ପୁଣ୍ୟର ବିଚାରବୋଧ ଜାଣିଲା

ପୁଣ୍ୟକୁ ଭୁଲି ଜ୍ଞାନ ଉପଯୋଗେ ପାପକୁ ଆଦରି ନେଲା

ଫଳ ପତନର ଗତି ଲକ୍ଷ କରି ଆଇଜାକ୍ ନିଉଟନ

ମାଧ୍ୟାକର୍ଷଣର ଆବିଷ୍କାର କଲେ ବଢ଼ିଲା ଆଗେ ବିଜ୍ଞାନ

ବିଜ୍ଞାନ ସେଦିନୁ ଉଦ୍ଭାବନ କରି ଜଳକା କରୁଛି ଧରା

ଉପଲବ୍ଧି ଯେତେ ବିଜ୍ଞାନ ଦିଏ ଧରାକୁ ମଣୁଛେ ସରା

ଫଳ ଭୋଗ ଆଜି କରୁଛି ମଣିଷ ରୋବଟ କରୁଛି କାମ

ମେସିନ୍ ଆଗରେ କର୍ମକୁଣ୍ଠ ଏଇ ମଣିଷ ଛାଡ଼ିବ ଦମ

ଆଲେକ୍ସା ଗୁଗୁଲ ସବୁ କରିଦେବ ଖୁଆଇ ପିଆଇ ଦେବ

ତଣ୍ଟି ମୋଡ଼ିଦେଏ ରାଗରେ କହିଲେ ଜୀବନଟା ନେଇଯିବ

ଫଳ ବିଷୟରେ ଆହୁରି କହୁଛି ଫଳ ଆଜି ବିଷମୟ

କାରବାଇଡ୍ ଦିଆ ମହମ ଘୋଡିଆ ପ୍ଲାଷ୍ଟିକ ଫଳାଶ୍ରୟ

ପରୀକ୍ଷାର ଫଳ କରମରେ ନୁହେଁ ସେତ ଧରାଧରି ଫଳ

ଫଳ ନାଆଁ ଶୁଣି ଜର ଆସିଯାଏ ଫଳକୁ କିଏ ସମ୍ଭାଳ

ଆଦାମ୍ ଇଭ୍ ଅଭିଶାପ ଆଜି ଓଲଟା ଫଳ ଫଳୁଛି

ପ୍ଲାଷ୍ଟିକ୍ ଚାଉଳ ପ୍ଲାଷ୍ଟିକ୍ ଅଟା ପ୍ଲାଷ୍ଟିକ୍ ଅଣ୍ଡା ମିଳୁଛି

ପ୍ଲାଷ୍ଟିକ୍ ଫୁଲ ପ୍ଲାଷ୍ଟିକ୍ ଫଳ ମଣିଷ ଭାଗ୍ୟରେ ଥିଲା

ପରିଶ୍ରମ କଲେ ଫଳ ମିଳୁ କାହିଁ ପ୍ଲାଷ୍ଟିକ୍ ଆସି ପଶିଲା

ଫଳ ଆଜି ନୁହେଁ କରମ ସମ୍ଭୁତ ଈଛାମତେ ଫଳ ସୃଷ୍ଟି

ଫଳ ଶବଦଟା ଲାଜରେ ଲୁଚିବ ଅକର୍ମରୁ ଫଳ ଵୃଷ୍ଟି

        


Rate this content
Log in

Similar oriya poem from Abstract