STORYMIRROR

Prakash Ranjan Parida

Tragedy

3  

Prakash Ranjan Parida

Tragedy

ଫଲଗୁ

ଫଲଗୁ

1 min
14.7K



ଏକ ଅନତିକ୍ରମଣୀୟ ଆଗ୍ରହକୁ ନେଇ

ତମର ଶତ ବାରଣକୁ ଲାଞ୍ଛିତ କରି

ଛୁଇଁଲି ତୁମ ଛାତିର ଅମରାବତୀ,

ହେଲେ କାହିଁ ଗଲା ସେ କସ୍ତୁରୀ ବାସ୍ନା

ଯାହା କି ଦିନ କି ରାତି ଅଥୟ କରୁଥିଲା ଏକ ଅଜବ ନିଶାରେ

ଭରୁଥିଲା ପ୍ରତି ଲୋମକୂପେ ବେପଥୁର ଶିହରଣ ।

ଯେତିକି ଖୋଜିଲି ଯେତିକି ଲୋଡିଲି

ତାଠୁ ଅଧିକ ପାଇବା ପରେ ବି ମୁଁ କିଛି ପାଇଲିନି

ଯେମିତି ଖାଲି ହାତ ନେଇ ଯାଇଥିଲି ଫଲଗୁ ମୋହରେ

ମୁକ୍ତା ସାଉଁଟିବାର ଦୁର୍ବାର ନିଶାରେ

ଟାଳଠୁଳ ନିଶାରେ ଫେରିବା ବେଳକୁ

ଜହ୍ନ ଲୁଚିଥିଲା ବାଦଲ ଉହାଡେ

ବେକୁବ ପଣରେ ମୁଁ ଯାହା ସନ୍ତୁଳି ହେଉଥିଲି ଭିତରେ ଭିତରେ

କିଛି ଗୋଟାଏ ପାଇ ହଜେଇ ଦେବାର ଅବୁଝା ପଣରେ ।

....

Email:litp.ranjan@gmail.com


Rate this content
Log in

Similar oriya poem from Tragedy