Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational

3.9  

Akshayakumar Dash

Inspirational

ପହିଲି ରଜ

ପହିଲି ରଜ

1 min
23.2K


ଟୁପୁରୁ ଟୁପୁରୁ ବରଷା ଝରଇ

ସରସା ଲାଗଇ ପାଗ

ପରସା ହେଲାଣି ଦିଅଁ ଙ୍କ ମନ୍ଦିର

ଆରିସା ପିିଠା କୁ ଆଗ ।

ପୋଡ଼ପିଠା ଆମ୍ଭ କଦଳୀ ଚକୁଳି

ଛେନା ଦହି ପଞ୍ଚାମୃତ

ନାନା ଜାତି ଫୁୁଲ ମଲ୍ଲି ମନ୍ଦାର ରେ

ଦେବତା କୁୁଁ ଅଳକୃତ ।

ଗଛଳତା ସବୁ ମାଟିମା ପୁୁଣି

ଗାଧୋଇ ପାଧୋଇ ଆଗ

ଛୁଆ ରୁ ବୟସ୍କ ସଜବାଜ ହୋଇ

ଦେଖାଯାଉଥାଏ ବାଗ ।

ଝିଅ ବୋହୁ ମାନେ ନୂଆଶାଢ଼ୀ ନାଇ

ଖାଇ ପୋଡ଼ପିିଠା ସଜ

ପରସ ହରସ ସରସ ବେଳାରେ

ପାଳିବେ ପହିଲି ରଜ ।

ମାଟି ମା ଓଦା ରଜବତୀ ନାରୀ

ସୁରୁଜ ବି ଆଡ଼ କରି

ଧରିତ୍ରୀମାତାବି ଦେଖିବେନି ବୋଲି 

ଅଛନ୍ତି କି ଆଡ଼ କରି ।

ଜଳିିିିିବନିି ନିିଆଁ ଖୋଳିବାନି ମାଟି

ଛୁଇଁବନି ଦିିନ ତିନି

ଭୂଇଁ ଦ ଅନରେ ପୂଜା ପରେ ମାତା

କୋଡ଼କୁ ଫେରିବା ଦିନି ।

ଖେଳ କୌଉତୁୁୁକ ଆନଂଦ ଉଲ୍ଲାସ

କରି କଟିଯାଏ ରଜ

ସବୁୁୁରି ପରାଣେ ସରାଗ ସଙ୍ଗୀତ

ବନସ୍ତ ଡାକିିଲା ଗଜ ।



Rate this content
Log in

Similar oriya poem from Inspirational