STORYMIRROR

kamal kumar dash

Classics

2  

kamal kumar dash

Classics

ପହିଲି ପରଶ

ପହିଲି ପରଶ

1 min
2.8K

  ପହିଲି ପରଶ 

ପହିଲି ପରଶ ପୁରୁଣା ପ୍ରୀତିର 

  ସେ ଭଜା ମାଟି ମହକ 

କିଛି ସ୍ବପ୍ନ ଭରା  କିଛି ସ୍ମୃତି ଝରI 

   ହୃଦୟ ଭରା ପୁଲକ

ମନ ଉପବନେ ପ୍ରୀତି ଫୁଲ ଫୁଟେ 

  କେତେଯେ ସପନ ନେଇ 

ଥରେ ଭାଙ୍ଗି ଗଲେ ଯୋଡି ହୁଏ ନାହିଁ 

  ପଛ କଥା କୁ ଭୁଲେଇ

ବଂଚିବାର ଆଜି  ମାନେ ନାହିଁ କିଛି 

   ସାଥି ଏଠି ତୁମ ବିନା 

ତୁମ ବିନା ଘର  ଖାଲି ଖାଲି ଲାଗେ 

   ଲାଗେ ସବୁ ସୁନା ସୁନା

ତୁମ ପାଇଁ ସିନା   ପ୍ରେମ ମାନେ ବୋଧେ 

   ବାଲିଘର ଖେଳ ଘର 

ମୋ ପାଇଁ ପ୍ରେମର ମାନେ ତୁମେ ଖାଲି 

    ତୁମ ଛଡା ସବୁ ପର

ଭାଙ୍ଗିବା ଗଢିବା  ଆମ ହାତ କଥା 

   ଭାଙ୍ଗ ଯଦି ଭାଙ୍ଗି ପାର 

ଭାଙ୍ଗି ଦେଇ ଗଲେ ଆଉ ଫେରିବନି 

    କେବେବି ଦୁଆରେ ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics