STORYMIRROR

ବି. ନିରୁପମା

Romance

4  

ବି. ନିରୁପମା

Romance

ଫିକ୍ କରି ହସ

ଫିକ୍ କରି ହସ

1 min
392


ଅଦିନିଆ ମେଘ ଭଳି 

      ଦିଶେତୁମ ମୁହଁ,

ମାନିଯାଅ ଏତେ ରୋଷ  

      ଜମା ଭଲ ନୁହଁ ।


ସରାଗରେ କଥାକୁହ 

      ଯେବେ ଅଳ୍ପ ହସି ,

ଲାଗ ଏଇ ମରତର

      ଅପୂର୍ବ ରୂପସୀ !!


ଘନ କେଶରାଶି ପରେ

     ଗୋଲାପର କଢ଼ି ,

ଭାରି ଭଲ ଲାଗେ ଦେହେ

     ଜରିମଖା ଶାଢ଼ି ।


ଛମ ଛମ ଶବଦରେ 

     ଯେବେ ଆସ ଚାଲି ,

ବହଳ ନିଦଟି ଭାଙ୍ଗେ

     ଚାହେଁ ଆଖି ମେଲି ।


ଭଲ ଲାଗେ ଗୋରା ଗାଲେ

     ଖେଳିଲେ ଭଉଁରୀ ,

ସଜଫୁଟା ଫୁଲ ସମ

     ଲାଗ ଫୁଲ-'ପରୀ' ।


ରୋଷ କଲେ ମଉଳିଲା

     ଫୁଲ ପରି ଦିଶ ,      

ମାନିଯାଅ ଏବେ ଟିକେ

     ଫିକ୍ କରି ହସ ।



Rate this content
Log in

Similar oriya poem from Romance