ଫିକ କିନା ହସିଦିଅ
ଫିକ କିନା ହସିଦିଅ
କଥାରେ ନହେଲେ ନାହିଁ
କବିତାରେ ଦେଲି କହି
ଭାବିବତ ତୁମେ ଥରେ
ମନ କଥା ଦେଲି କହି (୧)
ଜାଣିନି କାହିଁ କି ତୁମେ
ମନ ମୋର ଖୋଜୁ ଥାଏ
ସପନର ଆକାଶରେ
ତୁମ ସାଥେ ବୁଲୁ ଥାଏ (୨ )
ପlଖରେ ଦେଖିଲେ ତୁମେ
ଖୁସିରେ ସେ ନାଚି ଯାଏ
ଭଲ ପାଏ ବୋଲି ତୁମେ
କହିବାକୁ ଭୁଲି ଯାଏ (୩)
ତୁମେ ମତେ ଭଲ ପାଅ
କହି ବାକୁ ଡରୁ ଥାଅ
ପାଖରେ ଦେଖିଲେମତେ
ଫିକ କିନା ହସିଦିଅ(୪)
ମୋ ମନ ର ଗହୀରୀ ରେ
ମୋ ହୃଦୟ ଆଇନା ରେ
ମୋ ସ୍ମୃତିର ପାଖୁଡ଼ାରେ
ମୋତି ହୋଇ ହସୁଥାଅ (୫)

