STORYMIRROR

Biswanath Nayak

Romance Tragedy

3  

Biswanath Nayak

Romance Tragedy

ଫଗୁଣ ଓ ତୁମେ

ଫଗୁଣ ଓ ତୁମେ

1 min
210


ଫଗୁଣ କହିଛି ଫେରିବ ନିଶ୍ଚୟ

          ତୁମେ ଫେରିବ କି କୁହ। 

ତୁମ ବିନା ଏଠି ଫଗୁଣର ମାନେ

           ଆଖିରେ ଆଖିଏ ଲୁହ। 


ବାରି ଆମ୍ବଡାଳେ ପେନ୍ଥା ପେନ୍ଥା ଆମ୍ବ

           ପବନେ ଖେଳିବେ ଦୋଳି

ତୁମେ ନ ଆସିଲେ ତୋରାଣିରେ ଆମ୍ବ

               ବାସିବନି ଆଗଭଳି। 


ରାଧାଗୋବିନ୍ଦଙ୍କ ମେଲଣ ଶବଦେ

               ଦାଣ୍ଡ ପଡ଼ିବ ଉଛୁଳି। 

ତୁମେ ବିନା ଏଠି ଉଦାସୀ ମନଟା

               ଝୁରିବ ତୁମକୁ ଭାଳି। 


ସରବେ ଏଠାରେ ଖେଳିବେ ତ ହୋଲି

              ଧରି ରଙ୍ଗ ପିଚକାରୀ। 

ସବୁ ରଙ୍ଗ ଏଠି ଲାଗିବ ତ ଫିକା

             ତୁମେ ନ ଆସିଲେ ଫେରି। 


ଫଗୁଣ ସାଥିରେ ଫେର ଯଦି ତୁମେ

              ନାଚିବ ଫଗୁଣ ମନ। 

ତୁମେ ନ ଆସିଲେ ରୂପସୀ ଫଗୁଣ

               ଲାଗିବଟି ରଙ୍ଗହୀନ।


ଫଗୁଣ ସାଥିରେ ତୁମେ ସିନା ଗଲ 

             ଭରିଦେଇ ମନେ କୋହ।

ଫଗୁଣ କହିଛି ଫେରିବ ନିଶ୍ଚୟ

              ତୁମେ ଫେରିବ କି କୁହ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance