ଫଗୁ ଖେଳେ ଗୋପୀନାଥ
ଫଗୁ ଖେଳେ ଗୋପୀନାଥ
ଫଗୁ ଖେଳେ ଗୋପୀନାଥ
ଫଗୁଣ ମାସେ
ଆମ୍ବ ବଉଳେ ଦୁନିଆ
ଚହଟି ବାସେ।
ଗୋପର ଗୋପୀ ଗୋପାଳୁଣି
କୌତୁକ ରଶେ
ହୋଲିରେ ଖେଳନ୍ତି ରଙ୍ଗରେ
ମନ ହରଷେ।
ଅବିର ରଙ୍ଗଧରି ହାତରେ
ମୁରୁକି ହସେ
ହସିଲେ ଶ୍ରୀରାଧା ଗୋପରେ
ସୁନ୍ଦର ଦିଶେ।
ପୂର୍ଣ୍ଣମୀ ଆକାଶେ ବଉଦେ
ଚନ୍ଦ୍ର ଦିଶେ
ପିଚକାରୀ ଧରିଣ ରାଧା
କୃଷ୍ଣଙ୍କ ପାଶେ।
ଦିନେ ନଦେଖିଲେ ତାଙ୍କୁ
ମନ ବିରସେ
ଦିନ ପରେ ଦିନ ବିତେ ତ
ତାଙ୍କରି ରସେ।
ମଧୁମାଳତୀ ମଲ୍ଲୀ ହେନା
ଫୁଟିକି ବାସେ
ତାଙ୍କଠାରୁ ଶ୍ରୀମୟି ଅଧିକା
ସୁଗନ୍ଧିତ ସେ।
ଗୋପୀନାଥ ସେ ରାଧାକାନ୍ତ
ଭକତ ପାଶେ
ଶ୍ରୀରାଧା ସହ ରଙ୍ଗ ଖେଳା
ଶୋଭନ ଦିଶେ।
ଜୟ ଶ୍ରୀ ଗୋପୀନାଥ ବୁଲ
ଖେଳର ଶେଷେ
କର୍ମଫଳ ଦ୍ୟନ୍ତି ପ୍ରଭୁ
କର୍ମର ଶେଷେ।
