STORYMIRROR

Sisir Kumar Samal

Romance

2  

Sisir Kumar Samal

Romance

ଫେରିଛି ଫଗୁଣ

ଫେରିଛି ଫଗୁଣ

1 min
171

ଫେରିଛି ଫଗୁଣ     ମୋ ମନ ବନରେ

     ପ୍ରେମର ପସରା ଧରି ,

ମନ ଉପବନେ      କେତେ ସ୍ବପ୍ନ ଆସେ

     ପ୍ରୀତିର ରୋଷଣୀ କରି ।।

ଯାଜାବର ପରି       ଘୂରି ବୁଲୁଥିଲା

      ମିଳିଗଲା କିଛି ଆଶା ,

ମିଠା ମିଠା ତୁମ      ନରମ କଥାରେ

     ବାନ୍ଧିଦେଲ ପ୍ରେମ ବସା ।।

ଦିଗ ହରା ମୋର     ଏଇ ଦୁଇ ଆଖି

     ଖୋଜଇ ତୁମକୁ ସାଥୀ ,

କୁହ କେବେ ହେବ     ମନ ର ମିଳନ

      ପ୍ରତିକ୍ଷା ରେ ହେବ ଇତି ।।

ମରୁଭୂମି ପରି      ଏଇ ମନ ଥିଲା

     ନ'ଥିଲା କୁଶ କଅଁଳି ,

ତୁମ ପ୍ରେମ ସ୍ପର୍ଶ     ବାରିଷ ଧାରାରେ

     ଜୀବନ ଗଲା ବଦଳି ।।

ଛାଇ ଭଳି ତୁମ     ସାଥେ ରହିଥିବି

    କରିବିନି କେବେ ପର, 

ସାରା ଦୁନିଆରେ     ଚର୍ଚ୍ଚା ଚାଲିଥିବା

    ସମ୍ପର୍କ ଜନ୍ମ ଜନ୍ମ ର ।।

ରାଜା ରାଣୀ ସାଜି    ତୋଳୁଥିବା ଆମେ

    ପ୍ରେମର ପ୍ରୀତି ନ‌ଅର ,

ସୁଖ ସପନରେ     ରାତି କାଟୁଥିବା

    ନ ଲାଗୁ କାହା ନଜର ।।

ତୁମ ବାଟ ଚାହିଁ     କରିଛି ଅପେକ୍ଷା

    ପ୍ରେମର ନ‌ଅର ତୋଳି,

ତୁମ ଆଗମନେ     ଫୁଲ ବରଷିବ 

     ଜୀବନ ଯିବ ବଦଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance