Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Romance

3.5  

Sisir Kumar Samal

Romance

ଫେରିଛି ଫଗୁଣ

ଫେରିଛି ଫଗୁଣ

1 min
164


ଫେରିଛି ଫଗୁଣ     ମୋ ମନ ବନରେ

     ପ୍ରେମର ପସରା ଧରି ,

ମନ ଉପବନେ      କେତେ ସ୍ବପ୍ନ ଆସେ

     ପ୍ରୀତିର ରୋଷଣୀ କରି ।।

ଯାଜାବର ପରି       ଘୂରି ବୁଲୁଥିଲା

      ମିଳିଗଲା କିଛି ଆଶା ,

ମିଠା ମିଠା ତୁମ      ନରମ କଥାରେ

     ବାନ୍ଧିଦେଲ ପ୍ରେମ ବସା ।।

ଦିଗ ହରା ମୋର     ଏଇ ଦୁଇ ଆଖି

     ଖୋଜଇ ତୁମକୁ ସାଥୀ ,

କୁହ କେବେ ହେବ     ମନ ର ମିଳନ

      ପ୍ରତିକ୍ଷା ରେ ହେବ ଇତି ।।

ମରୁଭୂମି ପରି      ଏଇ ମନ ଥିଲା

     ନ'ଥିଲା କୁଶ କଅଁଳି ,

ତୁମ ପ୍ରେମ ସ୍ପର୍ଶ     ବାରିଷ ଧାରାରେ

     ଜୀବନ ଗଲା ବଦଳି ।।

ଛାଇ ଭଳି ତୁମ     ସାଥେ ରହିଥିବି

    କରିବିନି କେବେ ପର, 

ସାରା ଦୁନିଆରେ     ଚର୍ଚ୍ଚା ଚାଲିଥିବା

    ସମ୍ପର୍କ ଜନ୍ମ ଜନ୍ମ ର ।।

ରାଜା ରାଣୀ ସାଜି    ତୋଳୁଥିବା ଆମେ

    ପ୍ରେମର ପ୍ରୀତି ନ‌ଅର ,

ସୁଖ ସପନରେ     ରାତି କାଟୁଥିବା

    ନ ଲାଗୁ କାହା ନଜର ।।

ତୁମ ବାଟ ଚାହିଁ     କରିଛି ଅପେକ୍ଷା

    ପ୍ରେମର ନ‌ଅର ତୋଳି,

ତୁମ ଆଗମନେ     ଫୁଲ ବରଷିବ 

     ଜୀବନ ଯିବ ବଦଳି ।।


Rate this content
Log in

Similar oriya poem from Romance