Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chandrakanta Jena

Romance

4.1  

Chandrakanta Jena

Romance

ଫେରିଛି ମାନିନୀ

ଫେରିଛି ମାନିନୀ

1 min
175


ଫେରିଛି ମାନିନୀ ପ୍ରିୟା ନିତ୍ଯମ୍ବିନୀ

ଆଖି ମୋ ଯାହାକୁ ଖୋଜେ

ସପନ ନେଇଛି ବାସ୍ତବର ରୂପ

ପ୍ରୀତି ରସେ ମନ ଭିଜେ  !


ରଜନୀଗନ୍ଧା ସେ ମହକାଇ ବାସ

କବେରୀ ଦେଇଛି ଖୋଲି

ପିନ୍ଧି ଝିନ୍ନବସ୍ତ୍ର ହୋଇଛି ପ୍ରକଟ

ପ୍ରିୟକୁ ଭେଟିବ ବୋଲି   !


ହୃଦୟେ ସାଇତି ରଖିଛି ସେ ପ୍ରୀତି

ଏବେ ମୁଁ ପାରିଲି ଜାଣି

ମିଶାଇ ସେ ଆଖି ଦେଉଥାଏ ପେସି

ତା ଭଙ୍ଗି ପାରେନି ମଣି  !


ଅଳ୍ପ ଦିଏ ହସି ଭାରି ସ୍ବଳ୍ପ ଭାଷି

ଇସାରା ଦେଉଛି ରସି

ମୋ ଅଙ୍ଗରେ ଭାଙ୍ଗେ ଆଲିଙ୍ଗନ ସଙ୍ଗେ

ପ୍ରୀତି ମଧୁ ଯାଏ ଭାସି  !


କାମିନୀ ତା ମାୟା କରୁଛି କିମିଆ

କର୍ଣ୍ଣେ ଭରେ ପ୍ରେମ ଗୀତି

କୋମଳ ତା କଟି ଦେଉଥାଏ ମାଠି

ସ୍ଥାଣୁ ହୁଏ ମୋର ମତି   !


ଲାଜେଇ ମୋ ଲାଜ ହୋଇଅଛି ସଜ

ରଚିବ ସେ ପ୍ରୀତି କାଣ୍ଡ

ହୋଇ ସମର୍ପଣ କରିଛି ଅର୍ପଣ

ହୃଦୟର ପ୍ରୀତି ଭାଣ୍ଡ   !


ପ୍ରୀତି ପଞ୍ଚରସ କରୁଅଛି ବସ

ସ୍ପର୍ଶ ସିହରଣ ସାଜି

ସ୍ପନ୍ଦନ ମୋ ତେଜ କାମିନୀ ସେ ରଜ

ଅଙ୍ଗେ ଅଙ୍ଗ ଦିଏ ମାଜି  ।



Rate this content
Log in