STORYMIRROR

Debabrata Jena

Inspirational

3  

Debabrata Jena

Inspirational

.ଫେରିଆସ ହେ ଅହିଂସା ପୂଜାରୀ.

.ଫେରିଆସ ହେ ଅହିଂସା ପୂଜାରୀ.

1 min
27K


ଅରଟରେ ସୁତା କଟା ଖଦଡ଼କୁ ପିନ୍ଧି

ଅଣ୍ଟିରେ ନିତି ଦିନ ହାତଘଂଟା ବାନ୍ଧି

ବାପୁଜୀ ସେ ସତ୍ୟ ଉପାସନାକାରୀ

ସନ୍ଥ ସାବରମତୀର ଅହିଂସା ପୂଜାରୀ ।।

ଅସହଯୋଗ ରୂପକ ଅସ୍ତ୍ର କରି ଢାଲ

ନୀଳ ଚାଷୀ ଆନ୍ଦୋଳନେ ହୋଇଣ ସାମିଲ

ଲବଣ ସତ୍ୟାଗ୍ରହର ଦାଣ୍ଡି ଅଭିଯାନ

ଭାରତ ଛାଡ ବା ଆମରଣ ଅନଶନ ।।

ଖଟିଖିଆ ଜନତାଙ୍କ ଅଧିକାର ଜାହିରି

ତୁମ ଛଡା ଏକାକୀ କେ ପାରିଥାନ୍ତା କରି .....

ମାତ୍ର ଏବେ ଦେଖ. କେତେ ନେତା ଆଉ ମନ୍ତ୍ରୀ

ସଉକ କଲେଣି ତାକୁ ନିଜ ସ୍ୱାର୍ଥେ ଆବୋରି ।।

"ନେବା ପାଇଁ ନେତା "ଉକ୍ତି ପ୍ରଯୁଜ୍ୟ ଏବର

ବାକି...ଦେଶ ପ୍ରୀତି ସେ ତ ଲାଗେ ବହୁଦୂର

ସ୍ୱାର୍ଥ ପାଇଁ ରାଜନୀତି , ନିୟମ ପ୍ରଣିତ

ଆପେ ବଂଚିବା ନୀତିରେ ନେତା ଅମୋଦିତ ।।

ଏତେ ଦିନ ପରେ ତୁମେ ନେବ ଦୀର୍ଘ ଶ୍ଵାସ

ସପନ ପୁରିଲା ଯାହା ଥିଲା ଅବଶୋଷ ???

ଉଚ୍ଚତମ ନ୍ୟାୟାଳୟ କରିଛି ଘୋଷିତ

ପରକୀୟା ପ୍ରୀତିକୁ ଯେ ମିଳିଲା ସ୍ୱୀକୃତ !!!

ନାରୀ ଆଜି ସୁରକ୍ଷିତ ଫାଇଲି ପତ୍ରରେ

ସରଳ ନିରୀହ ଆଜି ଏଠି ନିତି ମରେ

ମିଥ୍ୟାବାଦୀ ,ଲମ୍ପଟ ଯେ ଶାସନ ଗାଦିରେ

ଅସୁରକ୍ଷିତ ସମାଜ ପ୍ରତି ମୁହୂର୍ତ୍ତରେ ।।

ଏ କି ଥିଲା ତୁମ ରାମ ରାଇଜ ସପନ

ଆଦର୍ଶବାଦର ମନ୍ତ୍ର ଏବେ ଯେ ଭାଷଣ

ଫେରି ଆସ ବାପୁ ତୁମେ ଅହିଂସା ପୂଜାରୀ

ଦେଖାଇ ନୂତନ ରାହା ଆଲୋକ ବିସ୍ତାରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational