STORYMIRROR

pranati Mahapatra

Tragedy Inspirational

2  

pranati Mahapatra

Tragedy Inspirational

ପେଟ ପୋଷ,ନାହିଁ ଦୋଷ

ପେଟ ପୋଷ,ନାହିଁ ଦୋଷ

1 min
140


କାହିଁ କେଉଁ କାଳରୁ ଶୁଣିଆସିଛି

ଗୋସିବାପା,ଜେଜେବାପା ଙ୍କ ମୁହଁରୁ

ଦୁର୍ବଳ ଉପରେ ସବଳର ଅତ୍ୟାଚାର

ସଂଘର୍ଷ ରତ ଦୁର୍ବଳର ପରାଜୟ।

ଅହରହ ଜଳୁଥାଏ ପେଟ

ବିପର୍ଯ୍ୟସ୍ତ ପିଲା ସଂସାର ପରିବାର।

ବାରଓଳି ଶୁଣ୍ଢିପିଣ୍ଢା ,ପର ଦ୍ଵାରେ 

ଆଣ୍ଠୁଭାଙ୍ଗି ,ହାତ ପତେଇ 

ଭିକ୍ଷା କରି ଚାଲିଥାଏ

ଭୋକ ଜ୍ଵାଳାରୁ ମୁକ୍ତ ହେବା ପାଇଁ।

ମଣିଷ ଜନ୍ମର ଲଜ୍ଜା ନିବାରଣ ପାଇଁ।

ହତୋତ୍ସାହିତ, ନିରୁତ୍ସାହିତ

ବାରମ୍ବାର ଲାଞ୍ଝିତ ଅପମାନିତ

ଉଦର ଜ୍ଵାଳାରେ ସବୁଥିରୁ ବଞ୍ଚିତ ହୋଇ

ପର ପାଖରେ ନୂତନ ପରିଚୟ

ପାଇ ହୋଇଛି ଆଜି ମୁଁ ଦାଦନ।

କାହିଁକି ଲଜ୍ଜିତ ବୋଧ କରିବି ଯେ।

ପେଟ ପୋଷ ନାହିଁ ଦୋଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy