STORYMIRROR

PRASANTA KUMAR MAHAPATRA

Romance

3  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୩୬

ପଦଟିଏ ତୋ ନାଁରେ ପ୍ରିୟା ୩୬

1 min
189

ମଣିଷ ଜୀବନେ   କେତେ କେତେ ଭୂଲ

    ହୋଇଯାଏ ଅଜାଣତେ

ହେଲେ କିଛି ଭୂଲ   କରିଥିଲି ଦିନେ

    ମନ ହୃଦୟର ଜ୍ଞାତେ ।


ତୁମ ଡାଇରିରୁ    ଫଟୋ ଚୋରାଇଲି

    ପକେଟରେ ସାଇତିଲି

ଚୋରି କରିବାର   ମୁଗ୍ଧ ଅନୁଭବ

    ସେଇଦିନ ପାଇଥିଲି ।

ଧରା ପଡିଯାଇ   ମିଛ କହିଥିଲି

    ଭଉଣୀ ଆଗରେ କେତେ ..... ।


ମିଛ ସତ କହି   ଘରୁ ପଳାଇବା

   ଜହ୍ନର ସାଥେ ଗପିବା

ପାଠ ବହି ତଳେ   କବିତା ଡାଇରି

    ଲୁଚାଇକି ସାଇତିବା

ସବୁ ତକ ଭୂଲ   ଠିକ ହୋଇଗଲା

    ଯେବେ ମିଳିଗଲ ମୋତେ ...... । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance