STORYMIRROR

Akshayakumar Dash

Classics Fantasy Inspirational

4  

Akshayakumar Dash

Classics Fantasy Inspirational

ପଦ୍ମାଳୟା

ପଦ୍ମାଳୟା

1 min
326

ଜୟ ଜୟ ମାତା ଲକ୍ଷ୍ମୀ ଜୟ ମା ଶ୍ରୀ ଦେବୀ

ଜୟ ଜୟ ଜଗନ୍ନାଥ ଜଗତ ମୁରବି ।


ଜୟ ବଳରାମ ଜୟ ସୁଭଦ୍ରା ଭଗିନୀ

ଛତିଶ କୋଟି ଦେବତା ଶ୍ରୀକ୍ଷେତ୍ର ଜୀବନୀ।


ମାତ ସମୁଦ୍ର ତନୟା ଦିବ୍ୟ ଦେବୀ ନିତି

ଶ୍ରୀମନ୍ଦିର ମହା ଅର୍ଣ୍ଣ ପ୍ରସ୍ତୁତର ବିଧି।


ଅର୍ଣ୍ଣପୁର୍ଣ୍ଣା ଦୃଷ୍ଟି ପଡି ଗୃହ କି ମନ୍ଦିର

ସଦାଚାର ପ୍ରାଣ କେନ୍ଦ୍ର ଜଗତ ଈଶ୍ୱର।


ତିନି ରଥେ ତିନି ଶକ୍ତି ମାଉସୀ ଘରକୁ

ପତ୍ନୀଙ୍କୁ ନନେଇ ଗଲେ ଆଦରି ପରକୁ।


ପାଞ୍ଚ ଦିନ ମାତା ଚିନ୍ତା ଠାକୁରଙ୍କ ପାଇଁ

କିପରି ଅଛନ୍ତି ଦେବ କାହିଁ ନେଲେ ନାହିଁ।


ଜ୍ବରରେ ପୀଡିତ ହୋଇ ଦଶ ମୂଳ ଖାଇ

ଦେହ ଦୁରୁବଲ ପୁଣି ପୀଡା ଯାଇନାହିଁ।


ଏକାଲେ ବୁଲିବା ଶୋଭା ପାଏନାହିଁ ଜମା

ଝଗଡା କରିବି ଯାଏ ଦେବୀନାହିଁ କ୍ଷମା।


ପତି ପତ୍ନୀ ଗଙ୍ଗା ଜଳ ପବିତ୍ରର ଧାରା

ସଂସାର ରଥର ଦୁଇଚକ ଚାଲେ ପରା।


ଗୁଣ୍ଡିଚା ମନ୍ଦିର ନାକ ଚଣା ବାଟ ଦେଇ

ଅଭିମାନିନୀ କମଳା ଭେଟିଥିଲେ ଯାଇଁ।


ବଡ଼ ଠାକୁରଙ୍କୁ ଭେଟି ଫେରିବାକୁ କହି

କ୍ରୋଧରେ ରଥ କାଠକୁ ଭାଙ୍ଗିଥିଲେ ରହି।


ହେରା ଗଉରୀ ସାହି ବାଟ ଦେଇ ଗଲେ

ଶ୍ରୀ ମନ୍ଦିର କୁ ପ୍ରବେଶ କଲେ ମାତା ଭଲେ।


ମାନବୀୟ ଲୀଳାଖେଳାଜଗତ ଜନନୀ 

ଓଡ଼ିଆ ଘରର ବଧୂ ରୂପରେ ବରଣୀ। 


ଉଚ୍ଚ ନୀଚ ଜାତି ଭେଦ ମାନନ୍ତିନି ମାତା

ଶ୍ରୀୟା ଘରେ ପୂଜା ପାଇ ଦେଇଛନ୍ତି ବାର୍ତା।


ଶସ୍ୟ ଶ୍ୟାମଲା ଧରା ମାତା ଲକ୍ଷ୍ମୀ ପରା

ହୃଦୟ କରୁଣା ଦୟାପବିତ୍ରତା ଭରା।


ପଦ୍ମ ଆସନରେ ବସି ଖୋଲା ହସ୍ତ ସଦା

ଧନ ଧାନ୍ୟ ଗୋପ ଲକ୍ଷ୍ମୀ ଦିଅନ୍ତି ସର୍ବଦା।


ଗଛ ଲତା ଫୁଲ ଫଳ ପଶୁ ପକ୍ଷୀ ଦଳ

ପ୍ରକୃତି ସୁଷମା ରାଶି ସବୁଥିରେ ବଳ।


ଜଗତ କରତା ପ୍ରଭୁଙ୍କର କିସ ଲୀଳା

ମାତାଙ୍କୁ ସାଥିନକରି ରଥ ଯାତ୍ରା ବେଳା।


ମାଉସୀ ଘରକୁ କାହିଁ ପାଇଁ ଗଲେ ବୁଲି

ଭାଇ ଭଉଣଙ୍କ ସହ ପହଣ୍ଡିରେ ଝୁଲି।


ଶ୍ରୀମନ୍ଦିର ଦେଖାରେଖା ମାତାଙ୍କ ଉପରେ

ଦାୟିତ୍ୱ ଦେଇ ନିଶ୍ଚିନ୍ତେ ଗଲେକି ସତରେ।


ଥରେ ଲକ୍ଷ୍ମୀ ଛଡା ହୋଇ ଶ୍ରୀହୀନ ମନ୍ଦିର

ତେଣୁ କି ନ ନେଇ ଗଲେ ଶ୍ରୀଗୁଣ୍ଡିଚା ଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Classics