Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational Children

4  

Akshayakumar Dash

Inspirational Children

ପଢ଼ାରେ ଥାଉ ମନ

ପଢ଼ାରେ ଥାଉ ମନ

1 min
207


ଖରାରେ କେନେ ଯିବାକୁ ମନା

କରୋନା କହେ ଧନ,

ଘରେ ରହିଲେ ବସି ସୋଇଲେ

ହୋଇବ ଅଳସୁଆ

ପଢ଼ାରେ ରଖ ମନ ।

ବିଧ୍ୟାଳୟ ରେ ପଡିଲା ତାଲା

ବାହାରେ ବୁଲା ମନା,

ମୁଖରେ ତୁଣ୍ଡି ପୋଲିସ ଉଁଣ୍ଡି

ଲାଞ୍ଚ ନିଅନ୍ତି ଅନା ।

ଦୋକାନ ଖୋଲି ଶୁଣନ୍ତି ଗାଳି

ବାଟରେ ଗଲେ ଚାଲି

ଲକଡାଉନ,ସଟଡାଉନ 

ଏବେ କ୍ୟାରେଣ୍ଟିଂ ପାଳି ।

ବାହାର ରାଜ୍ୟ ଫେରନ୍ତି କେତେ

ଯିବା ଆସିବା ବେଳେ

ଆସନ୍ତି ରୋଗ ଭୂତାଣୁ କେତେ

ନୂଆ ରୂପରେ ଖେଳେ ।

ଟୀକା ନେଲେବି ସତର୍କ ରହି

ପାରିବ ଯଦି ସାଙ୍ଗ

ନହେବ ତୁମ କରନା ରୋଗ

ଲଢ଼ିବ ହୋଇ ଆଗ ।

ଘରେ ରହିଲେ ଗୋଟିଏ କଥା

ମଣିଲେ ଦେବି କହି,

ଆଜିଠୁ ମନ ନଦେଇ ବୃଥା

ପଢିବସରେ ବହି ।

ବହିରେ ଅଛି ବଂଚିବା କଳା

ସାହସ ଧର୍ଯ୍ୟ ସେବା

ସବୁରି ଙ୍କର ମଙ୍ଗଳ ପାଞ୍ଚି

ବିପଦେ ସାଥି ହେବା ।

କରିବା ଶ୍ରଦ୍ଧା ପଶୁ କି ପକ୍ଷୀ

ମଣିଷ ଜାତି ପାଇଁ

କାହାର କିଛି ଅନିଷ୍ଟ ପାଞ୍ଚି

କରନା ଆସେ ଧାଇଁ ।

ନିଜକୁ ଜଗି ବଂଚିବା ପାଇଁ

ବହି ପଢିବା ସାର,

ଜାଣିଛ ତୁମେ ଦୁନିଆଁ କହେ

କେହିନୁହେଁ ବି କାର ।

 ପୁସ୍ତକ ଆଜି ପଢିବା ଦିନ

ପକାଇ ଦିଏ ମନେ,

ତୁମେତ ଛୋଟ କଳିକା ମାନେ

ଗଢ଼ ନିଜକୁ ଜଣେ ।


Rate this content
Log in

Similar oriya poem from Inspirational