STORYMIRROR

Satyabati Swain

Tragedy

3  

Satyabati Swain

Tragedy

ପଚାଶ ଛୁଉଁଲା

ପଚାଶ ଛୁଉଁଲା

1 min
334

ଜହ୍ନରେ ମାପୁଛି ମନର ରଙ୍ଗ

ଫୁଲର ଗନ୍ଧରେ

ଦେହ ପାଖାଳୁଛି

ନିଦୁଆ ଆଖିରେ ଭାଙ୍ଗ।


ସେମିତି ତ ସବୁ ଅଛି

ଜହ୍ନ

ପବନ

ଫଗୁଣ

ବଉଲର ମହ ମହ

ମତୁଆଲା ନିଆରା ବାସ୍ନା।


ନାହିଁ କିନ୍ତୁ

ଚାହିଁବା

ପାଇବା

ବିଭୋର 

ଉଚ୍ଚାଟ ପଣର

ସେମିତି ନିଶଟା।।


କୁଆଡେ ହଜିଗଲା

ଯୌବନ

କୁଆଡେ ମରିଗଲା

କାମନା

ବାସନା

ଦେହର ଭୋକ

ମୋତେ ଯେବେ 

ପଚାଶ ଛୁଉଁଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy